ସମ୍ଭାବ୍ୟ ବାତ୍ୟା ମୋନ୍ଥା ସକାଶେ ପ୍ରସ୍ତୁତି ବୈଠକ

ଲକ୍ଷ୍ମୀପୁର ୨୭/୧୦/୨୦୨୫ (ଓଡିଶା ସମାଚାର/ପ୍ରମୋଦ ଜେନା) -ସମ୍ଭାବ୍ୟ ବାତ୍ୟା ମୋନ୍ଥା ର ମୁକାବିଲା କରିବା ନିମନ୍ତେ ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟରେ ଉପ ଜିଲ୍ଲାପାଳ ପ୍ରେମ ଲାଲ୍ ହିଆଲ ଙ୍କ ସଭାପତିତ୍ୱ ରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ବିଡ଼ିଓ ସବ୍ୟସାଚୀ ବେହେରା,ତହସିଲଦାର ନୈବେଦ୍ୟ ଭୋଇ,ମେଡିକାଲ ଅଫିସର ଦୀନବନ୍ଧୁ ଚୌଧୁରୀ, ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ଓ କାକିରିଗୁମା ଆଇଆଇସି ସୁନୀଲ କୁମାର ସ୍ୱାଇଁ ଙ୍କ ସମେତ ବ୍ଲକରେ ଥିବା ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏଥିରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ବାତ୍ୟା ମୋନ୍ଥା ର ମୁକାବିଲା ନିମନ୍ତେ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ନିଜ ନିଜ କାର୍ଯ୍ୟାଳୟ ରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇ ଥିବା ବେଳେ ବିଶେଷ କରି ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ରେ ଅଙ୍ଗନବାଡି କର୍ମୀ, ସୁପର ଭାଇଜର ମାନେ ୨୪ ଘଣ୍ଟିଆ ରୋଷ୍ଟର ଡ୍ୟୁଟି କରିବେ, ଯେଉଁମାନେ ଉପସ୍ଥିତ ନ ରହିବେ  ସେମାନଙ୍କ ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଥିଲେ। ବାତ୍ୟା କୁ ଆଖି ଆଗରେ ରଖି ୭ ଜଣ ଗର୍ଭବତୀ ମହିଳା ଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଆଶା, ସ୍ଵାସ୍ଚ୍ୟ କର୍ମୀ ସଜାଗ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କହିଥିଲେ ।

ସେହିପରି ରାସ୍ତା ରେ ମାଟି ଅତଡ଼ା ପଡିଲେ ଗ୍ରାମ୍ୟ ଉନୟନ ବିଭାଗ ତରଫରୁ ସଫା କରିବା ସକାଶେ ସମସ୍ତ ପ୍ରକାର ର ପ୍ରସ୍ତୁତ କରାଯାଇଥିବା ବେଳେ ଅଗ୍ନୀ ଶ୍ରମ ବିଭାଗ ପରିସ୍ଥିତିର ମୁକାବିଲା ପାଇଁ ତୟାର ଥିବା କହିଥିଲେ।ପାନୀୟ ଜଳ ବିଭାଗ ତରଫରୁ ୪୬ ବସ୍ତା ବ୍ଲିଚିଙ୍ଗ, ୩ ଟି ପାଣି ଟାଙ୍କି, ୧୦ ଟି ପମ୍ପ ସେଟ ରଖାଯାଇଥିବା ବେଳେ ତହସିଲଦାର ଓ ଆରଆଇ ୨୪ ଘଣ୍ଟା ଆଲର୍ଟ ରହିବା ସହ ମଣିଷ ଭଳି ଗୃହ ପାଳିତ ପଶୁ ମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା ସକାଶେ ପ୍ରାଣୀସମ୍ପଦ ବିଭାଗ କୁ ନିର୍ଦେଶ  ଦିଆଯାଇଥିଲା।ବିଦ୍ୟୁତ ବିଛିନ ହେବାର ସମ୍ଭାବନା ଥିବା କାରଣରୁ ବିଦ୍ୟୁତ ବିଭାଗ କୁ କଡା ନିର୍ଦେଶ ଦିଆଯାଇଥିବା ବେଳେ ଚବିଶି ଘଣ୍ଟା ପାଇଁ ୪୮ ଜଣ କର୍ମଚାରୀଙ୍କୁ ସଜାଗ ରଖା ଯାଇଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *