କଟକ ସଦର,୨୬/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗ୍ରାମାଞ୍ଚଳ ଲୋକମାନଙ୍କ ସ୍ୱାସ୍ଥ୍ୟ ସେଵା ଓ ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ଆଣିବା ଏଵଂ ସେଵା ଯୋଗାଇଦେବା ଲକ୍ଷରେ କଟକ ସଦର ଅନ୍ତର୍ଗତ ତଥା ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆୟତପୁର ପଞ୍ଚାୟତ ର ଆୟତପୁର ଓ ଧରିଣା ପଞ୍ଚାୟତର ଅର୍ଛିଲ ଠାରେ ଦୁଇଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ଉପ ସ୍ୱାସ୍ଥ୍ୟ ସେଵା କେନ୍ଦ୍ର ଖୋଲାଯାଇ ଦୀର୍ଘ ଦିନ ହେଲା ଉଦଘାଟନ ସରିଛି।
ହେଲେ ଉଦଘାଟନ ଦିନ ଠାରୁ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ତାଲା ଝୁଲୁ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଆୟତପୁର ସରପଂଚ ରାକେଶ ବେହେରା ଓ ଧରିଣା ସରପଂଚ ରତ୍ନାକର ରାଉତ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିକଟରେ ଦାବି କରିଛନ୍ତି।
