ଗଜପତିର ଗୋଷାଣୀ ବ୍ଲକରେ ବିଜେଡିର ବିଶାଳ ଜନସଂପର୍କ ପଦଯାତ୍ରା

ପାରଳାଖେମୁଣ୍ଡି, ୨୨/୧୦/୨୦୨୫ (ଓଡ଼ିଶା ସମାଚାର /ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୋଷଣୀ ବ୍ଲକରେଆଜି ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି । ହଜାର ହଜାର କର୍ମୀଙ୍କ ସମେବତରେ ଆୟୋଜିତ ଏହି ପଦଯାତ୍ରାରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ବର୍ତ୍ତମାନର ଶାସନାଧୀନ ବିଜେପି ସରକାରକୁ କଟୁ ସମାଲୋଚନା କରାଯିବା ସହ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ପ୍ରକାଶ କରି କହିଛନ୍ତିଯେ, ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି ସତ କିନ୍ତୁ ଲୋକଙ୍କ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି ଯଥେଷ୍ଟ ଭଲ ପାଇବା।

ତାଙ୍କ ଶାସନ ସମୟକୁ ଭୁଲି ପାରୁ ନାହାଁନ୍ତି ଲୋକେ। ଏହି ପଦଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ ବିର ରାଜୁ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲାରାଜୁ ପ୍ରମୁଖଙ୍କ ସହ ବହୁ ନେତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *