ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲିଜାତୀୟ ଫସଲ ମିଶନ ଆନୁକୁଲ୍ୟରେ ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ଯାଜପୁର ୧୧/୧୦/୨୦୨୫ (ଓଡ଼ିଶା ସମାଚାର)-  ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଜାତୀୟ ଡାଲି ଫସଲ ମିଶନର ଲୋକାର୍ପଣ ଅବସରରେ ଯାଜପୁର ଜିଲ୍ଲାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସମାନ୍ତରାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଯୁଧିଷ୍ଠିର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବିପ୍ରସାଦ ମହାନ୍ତି, କୃଷି ଜିଲ୍ଲା ଅଧିକାରୀ,ଧର୍ମଶାଳା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାନ୍ତି, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଧେଶ୍ୟାମ ବେହେରା, କୃଷି ବିଜ୍ଞାନ କେନ୍ଦ୍ର, ବଡ଼ଚଣାର ବରିଷ୍ଠ ବୈଜ୍ଞାନିକ ଶ୍ରୀଯୁକ୍ତ ସୁନିଲ କୁମାର ମହାପାତ୍ର ତଥା ମାନ୍ୟବର ସାଂସଦ,ଲୋକସଭାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବିଶ୍ବାଳ ଏବଂ ଶ୍ରୀଯୁକ୍ତ ଫନିଶ୍ରୀ ମିଶ୍ର ଅତିଥି ଭାବେ ଯୋଗଦାନ କରିଥିଲେ।

ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ମହାପାତ୍ର ଆୟୋଜନ ତଥା ସୁପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଅଧିକାରୀ, ଜାତୀୟ ସୂଚନା କେନ୍ଦ୍ରଙ୍କ ତତ୍ତ୍ଵାବଧାନରେ ରାଜ୍ୟ ସ୍ତରୀୟ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ଶହେ ପଚାଶ ଜଣ ଚାଷୀ ଭାଇ ଭଉଣୀ, କୃଷି ତଥା ଆନୁସାଙ୍ଗୀକ ବିଭାଗର ଅଧିକାରୀ ତଥା କୃଷି ଉନ୍ନତ ସହଯୋଗୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାରେ ଦେଶର ୧୦୦ଟି ଆକାଂକ୍ଷୀ ଜିଲ୍ଲାରେ ଅଧିକ ଫସଲ ଉତ୍ପାଦନ , ଫସଲର ବିବିଧିକରଣ, ଜଳସେଚନ ପ୍ରକଳ୍ପର ଉନ୍ନତିକରଣ, କୃଷି ଋଣ, ଜୈବିକକୃଷି ତଥା କୃଷି ଉତ୍ପାଦନର ପ୍ରକ୍ରିୟାକରଣ ଉପରେ ପ୍ରାଧାନ୍ୟ ଦିଆଯାଇଅଛି।ଜାତୀୟ ଡାଲି ଫସଲ ଅଧିନରେ ଡାଲି ଜାତୀୟ ଫସଲର ଉତ୍ପାଦନ ବୃଦ୍ଧି, ସର୍ବନିମ୍ନ ସହାୟକ ମୂଲ୍ୟରେ ଶହେ ପ୍ରତିଶତ ଫସଲ ଖରିଦ୍ ଦାରୀ ଏବଂ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱାରୋପ କରାଯାଇଅଛି।

Leave a Reply

Your email address will not be published. Required fields are marked *