ଛତ୍ରପୁର,୧୬/୦୮/୨୦୨୫(ଓଡ଼ିଶା ସମାଚାର)-ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କାର୍ୟ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି। ନିଲମ୍ବନ ସମୟରେ ବ୍ରହ୍ମପୁର ଆଇଜି କାର୍ୟ୍ୟାଳୟରେ ରହିବେ। ଚମାଖଣ୍ଡି ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଛତ୍ରପୁର ଥାନାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଦେବାଶିଷ ଚଳିତ ବର୍ଷ ଫେବୃଆରୀ ୨୪ରେ ଛତ୍ରପୁର ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ । ଏହା ପୂର୍ବରୁ ସେ ପୁରୀ ଜିଲା ଡେଲାଙ୍ଗ ଥାନା ଅଧିକାରୀ ଭାବେ କାର୍ୟ୍ୟ କରୁଥିଲେ।
ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତି ନିଲମ୍ବିତ
