କୁଲିହାରୀ ଠାରେ ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ।

କଳାହାଣ୍ଡି ୨୫/୦୪/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଞ୍ଚଳରେ ମ୍ୟାଲେରିଆ ମୁକ୍ତ କରି ସୁସ୍ଥ ବାତାବରଣରେ ଲୋକେ ଜୀଵନ ଯାପନ କରିବା ହେଉଛି ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପଞ୍ଚାୟତର କୁଲିହାରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ବ୍ଲକ ସ୍ତରୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ କଲେଇଗାଁ ସରପଞ୍ଚ ମଳୟ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟବକ୍ତା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ଭଗବାନ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଵିସିସି ବ୍ୟାଙ୍କ ସଭାପତି ଗିରିଶଚନ୍ଦ୍ର ବେହେରା , ଚାଷୀନେତା ଲକ୍ଷ୍ମଣ ରଣବିର, ପରମାନନ୍ଦ ପୁଝାରି, ଅନ୍ତରାମ ବାଗ, ସମାଜସେବୀ ପ୍ରଶାନ୍ତ ନାଏକ ପ୍ରମୁଖ ଉଦବୋଧନ ଦେଇଥିଲେ ।

ପରେ ଜନସାଧାରଣଙ୍କୁ ଅତିଥି ମାନଙ୍କ ଦ୍ୱାରା ମଶାରୀ ବଣ୍ଟନ କରାଯାଇଥିଲା । ଜୁନାଗଡ଼ ବ୍ଲକ ଓ ଏନଏସି ରେ ୧ ଲକ୍ଷ ୯୮ ହଜାର ୪୯୮ ଟି ମଶାରୀ ବଣ୍ଟନ କରାଯିବ ବୋଲି ଡା ଭଗବାନ ପଣ୍ଡା କହିଛନ୍ତି ।  ଭିବିଡିଟିଏସ ପ୍ରିୟ ରଞ୍ଜନ ମୁଣ୍ଡ ମଞ୍ଚ ପରିଚଳନା କରିଥିବା ବେଳେ କାର୍ଯ୍ୟକ୍ରମ ରେ ବିପିଏମ ଏମ. ରାଜଶେଖର, ପିଏଚଇଓ ଭାରତୀ ବ୍ରହ୍ମା, ବିଏଏମ ସୁଧୀର ବ୍ରହ୍ମା, ଉଦିତ ଯୋଶୀ, ସଂଗୀତା ପଣ୍ଡା, ତାପସ ବାଗ, ରଜନୀ ପ୍ରଭା ସେଠୀ, ସମସ୍ତ ଅଙ୍ଗନୱାଡି ଓ ଆଶା କର୍ମୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *