ଭୁବନେଶ୍ୱର,୨୧/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମା’ତାରିଣୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ୩ ନମ୍ବର ୟୁନିଟ୍ ସ୍ଥିତ ଖାରବେଳ ନଗର ଅଂଚଳରେ ମା’ ତାରିଣୀଙ୍କ ତୃତୀୟ ଜନ୍ମ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଥିଲା ।
ଏହି ଉତ୍ସବରେ ମନ୍ଦିରର ପୂଜକ ସନାତନ ନାୟକ ଓ ବସନ୍ତ ରଥ କେକ୍ କାଟି ମା’ଙ୍କ ଜନ୍ମବାର୍ଷିକ ର ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତାଭକ୍ତମାନଙ୍କୁ ଜଣାଇଥିଲେ । ଟ୍ରଷ୍ଟର ସଭାପତି ବିଦ୍ୟାଧର ମିଶ୍ର ଓ ସାଧାରଣ ସମ୍ପାଦକ ଦିଲ୍ଲୀପ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତଏହି ବାର୍ଷିକ ଉତ୍ସବରେ ଟ୍ରଷ୍ଟର କୋଷାଧ୍ୟକ୍ଷ ସିଲାଇଶ୍ୱରମୂର୍ତି, ପୂର୍ଣ୍ଣଚନ୍ଦ୍ର ବରାଳ ଓ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ସଦସ୍ୟ ଅକ୍ଷୟ କୁମାର ମହାନ୍ତି, ଭୁବନ ମୋହନ ରଥ, ଦେବାଶିଷ ଘୋଷ, ବିଶ୍ୱ ରଞ୍ଜନ ମହାନ୍ତି, ସୁଚିସ୍ମିତା ରାଉତ, ଏସ୍. ଜୟଲକ୍ଷ୍ମୀ, ଉଷାମଣି ବରାଳ, କୁମୁଦିନୀ ନାୟକ, ବୀଣାପାଣି ମହାନ୍ତି, ସ୍ୱର୍ଣ୍ଣଲତା ମହାନ୍ତି, ଲକ୍ଷବଚ୍ଚ ରେଡ୍ଡୀ ଓ ଦିପ୍ସା ସୁବୁଦ୍ଧି ପ୍ରମୁଖ ସହାୟତା କରିଥିଲେ ।
