ଢେଙ୍କାନାଳ, ୧୮/୦୩/୨୦୨୫ (ଓଡ଼ିଶା ସମାଚାର)- ରାଇତାଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା ଗ୍ରାମରେ ଶ୍ରୀରାଧାକୃଷ୍ଣ ଜୀଉଙ୍କର ଦୋଳ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଭାଇଚାରାର ଏହି ଦୋଳ ପର୍ବ ଦୁଇଟି ରାଜସ୍ବ ଗ୍ରାମ ଯଥା ବାଲିଯୋରନ୍ଦା ଓ ରାଏପୁରା ଅଧିବାସୀ ମାନେ ଏକତ୍ରିତ ହୋଇ ଶ୍ରୀ ଜୀଉଙ୍କର ପୂଜା ଫଗୁ ଦଶମୀ ଠାରୁ ଗ୍ରାମ ପରିକ୍ରମା କରିଥିଲେ । ଦୁଇ ଦୋଳ ଦିନ ପାଞ୍ଚ ମଣ୍ଡଳୀ ଅର୍ଥାତ ପାଞ୍ଚୋଟି ଗ୍ରାମ ବଲ୍ଲଭ, ମକୁନ୍ଦପୁର, ଆମ୍ବପଡା ଓ ଗୋପାଳପୁରର ଶ୍ରୀଜୀଉ ଏହି ବାଲିଯୋରନ୍ଦା ଗ୍ରାମରେ ଦୋଳ ଉତ୍ସବ ପାଳିତ ହୋଇଥିଲା ।
ଏହିକ୍ରମରେ ପଞ୍ଚୁ ଦୋଳ ପର୍ଯ୍ୟନ୍ତ ଏହି ପାଞ୍ଚ ମଣ୍ଡଳୀର ଶ୍ରୀଜୀଉ ବୁଲି ବୁଲି ପ୍ରତ୍ୟେକ ମଣ୍ଡଳ ଗ୍ରାମ ଗୁଡ଼ିକରେ ଦୋଳ ଉତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଗୋପାଳଭାଇ ମାନଙ୍କର ଲଉଡ଼ି ଖେଳ, ମହିଳା କୀର୍ତ୍ତନ, ପୁରୁଷ କୀର୍ତ୍ତନ ସହିତ ବିଭିନ୍ନ ପ୍ରକାର ବାଜାର ତାଳେ ତାଳେ ନାଚି ଗ୍ରାମ ପରିକ୍ରମା କରି ମଣ୍ଡଳ ଶ୍ରୀଜୀଉ ମାନଙ୍କୁ ଏକାଠି ଗୋଟିଏ ଦୋଳ ଭାଡ଼ିରେ ମଂଚାସୀନ କରିଥିଲେ । ସାରା ରାତ୍ରି ଶ୍ରୀଜୀଉ ଙ୍କ ସହିତ ଗ୍ରାମବାସୀ ମାନେ ସବୁ ବର୍ଗର ଲୋକମାନେ ଏକତ୍ରିତ ହୋଇ ନାଟ୍ୟ ପରିବେଷଣ କରୁଥିବା ଏକ ସାମାଜିକ ନାଟକର ଲୁପ୍ତ ଉଠାଇ ଥିଲେ ।
ପରଦିନ ପ୍ରାତଃ ୭ଟା ରେ ପୁନର୍ବାର ପାଞ୍ଚ ମଣ୍ଡଳୀର ଶ୍ରୀଜୀଉ ମାନେ ନଗର କୀର୍ତ୍ତନ ସହିତ ଗ୍ରାମ ପରିକ୍ରମା କରି ନିଜ ନିଜ ଗ୍ରାମକୁ ବାହୁଡ଼ି ଥିଲେ । ଗ୍ରାମ ଉପଦେଷ୍ଟା ପଞ୍ଚାନନ ସ୍ୱାଇଁ, ଅଚ୍ୟୁତାନନ୍ଦ ମହାନ୍ତି, ସଭାପତି ଚୈତନ୍ୟ ମହାନ୍ତି, ଉପସଭାପତି ରବିନାରାୟଣ ପରିଡ଼ା, ସମ୍ପାଦକ ଅଜିତ ସ୍ୱାଇଁ, କୋଷାଧ୍ୟକ୍ଷ ବନମାଳୀ ପାଣିଗ୍ରାହୀ, ସଦସ୍ୟ ତୁଷାର ନାୟକ, ସୁଶାନ୍ତ ସାହୁ, ଶିବରାମ ବେହେରା, ରାମ ସାହୁ, ସନା ବେହେରା, ଯୁବକ ପରିଷଦର ସୌମ୍ୟ ରଞ୍ଜନ ନାୟକ, କୁନା ପରିଡ଼ା, ମହେନ୍ଦ୍ର ବରାଳ, ସିପୁନ ବାରିକ, ଚିଣ୍ଟୁ ନାୟକ, ପବିନ ଦେହୁରୀ, ଯୋଗିନାଥ ମଳିକ, ନିରଞ୍ଜନ ପଧାନ, ରଞ୍ଜନ ପଧାନ, ନନ୍ଦ ପଧାନ ପ୍ରମୁଖ ସହଯୋଗ କରିଥିଲେ ।