ଭୁବନ, ୧୦/୦୨/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଉପନଗରପାଳ ହୃଦାନନ୍ଦ ମହାରଣା ଗତ ଶନିବାର ମଧ୍ୟାହ୍ନ ୧୨.୩୦ ଘଟିକା ସମୟରେ ଇହଲୀଳା ସମ୍ବରଣ କରିଅଛନ୍ତି । ତାଙ୍କ ଅବର୍ତ୍ତମାନରେ ସୋମବାର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଙ୍କ ସମେତ ସମସ୍ତ କର୍ମଚାରୀ, କାଉନସିଲର ,ସ୍ୱଚ୍ଛ ସାଥି ଓ ସୁପରଭାଇଜର ଏକତ୍ରିତ ହୋଇ ଗଭୀର ଶୋକ ପ୍ରକାଶ କରିଥିଲେ । ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ପୂର୍ବତନ ଉପ ନଗରପାଳ ଙ୍କ ବିୟୋଗରେ ଶୋକସଭା
