ବିଚାରଧୀନ କଏଦୀ ର ମୃତ୍ୟୁ

ଲକ୍ଷ୍ମୀପୁର, ୧୫/୧୨/୨୦୨୩ (ଓଡ଼ିଶା ସମାଚାର)- ଅଧା ବାଟରେ ବିଚାରଧୀନ କଏଦୀ ର ମୃତ୍ୟୁ ଘଟିଛି। ବୋରିଗୁମ୍ମା ଅଞ୍ଚଳର ଏକ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଠାମାସ ହେଲା ବିଚାରଧୀନ ଅବସ୍ଥାରେ ଜୟପୁର ଜେଲରେ ଥିଲେ। ବୁଧୁବାର ରାତିରେ ସିଏ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଜୟପୁର ଡାକ୍ତରଖାନା ଓ ପରେ କୋରାପୁଟ ମେଡିକାଲ କଲେଜରେ ଭର୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଗୁରୁବାର ଦିନ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅପରାହ୍ନ ତିନିଟା ବେଳେ ତୟାପୁଟ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଆମ୍ବୁଲାନ୍ସ କର୍ମଚାରୀ ଲକ୍ଷ୍ମୀପୁର ଥାନାରେ ଲିଖିତ ଭାବେ ଜଣାଇବା ପରେ ଆଜି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଲକ୍ଷ୍ମୀପୁର ଅତିରିକ୍ତ ତହସିଲଦାର୍ ମାଧବ ଭତ୍ରାଙ୍କ ଉପସ୍ଥିତିରେ ତଦନ୍ତ କରାଯାଇ ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚି ନାରାୟଣ ଜଗତ,କାକିରିଗୁମା ଥାନା ଅଧିକାରୀ ପ୍ରମିଳା ବିଡିକା ଓ ଜେଲ କର୍ମଚାରୀ ମାନଙ୍କ ଉପସ୍ଥିତରେ ମୃତ ଦେହକୁ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆ ଯାଇଛି। ତାଙ୍କ ଘର ଯାଜପୁର ଜିଲ୍ଲା ବରି ଥାନା ଅନ୍ତର୍ଗତ ରତ୍ନଗିରି ଗ୍ରାମରେ ଓ ତାଙ୍କ ନାମ ସୁବ୍ରତ ତୁଷାର ରଞ୍ଜନ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ଜେଲରେ ମାଡ ମାରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ବର୍ତ୍ତ ମାନ ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *