ବାତ୍ୟା ଦାନା ପାଇଁ ସୁଜନପୁର ପଞ୍ଚାୟତରେ ବ୍ୟାପକ ପ୍ରସ୍ତୁତି, ସରପଞ୍ଚ ଓ ସମିତିସଭ୍ୟ ଲାଗିପଡିଛନ୍ତି ଉଧାର କାର୍ଯ୍ୟରେ ।

ଯାଜପୁର, ୨୪/୧୦/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ):- ଆସୁଛି ବାତ୍ୟା ଦାନା ।ବାତ୍ୟା ଦାନା ପାଇଁ ଯାଜପୁର ପ୍ରଶାସନ ର ପ୍ରସ୍ତୁତି କୁ ସହଯୋଗ କରିବା ପାଇଁ ସୁଜନପୁର ପଞ୍ଚାୟତ

oplus_34

ସମ୍ପୂର୍ଣ ନଜର ରଖିବା ସହ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିଷ୍ନୁପ୍ରିୟା ମହାକୁଡ଼ ଓ ସମିତି ସଭ୍ୟ ନାରାୟଣ ଜେନା ପଞ୍ଚାୟତ ର ବିଭିନ୍ନ ୱାର୍ଡ ଯାଇ ଲୋକମାନଙ୍କୁ ସଚେତନ କରି କଚା ଗୃହରେ ରହୁଥୁବା ଲୋକ ମାନଙ୍କୁ ନିକଟସ୍ଥ ସୁଜନପୁର କଲେଜ ରେ ଥିବା ଆସ୍ଥାୟୀ ବାତ୍ୟା କେନ୍ଦ୍ରରେ ଆଶ୍ରୟ ନେବା ପାଇଁ ନିବେଦନ କରିଛନ୍ତି ।

oplus_2

ଆଜି ସକାଳ ସୁଧା ଶତାଧିକ ଲୋକେ କେନ୍ଦ୍ରକୁ ଆସିଛନ୍ତି । ସେମାନଙ୍କ ପାଇଁ ଖାଦ୍ୟ ପେୟ ଓ ଗାଈମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା  ସରପଞ୍ଚ  ଶ୍ରୀମତୀ ମହାକୁଡ଼ କହିଛନ୍ତି । ଯାଜପୁର ବିଡ଼ିଓ ସ୍ୱାଗତ ଦାସ ମଧ୍ୟ  କେନ୍ଦ୍ର ବୁଲି ତଦାରଖ କରିଛନ୍ତି । ଜିରୋ କାଜୁଆୟାଲିଟି ପାଇଁ ଉଦ୍ୟମ ଜାରି ରହିଥିବା  ସରପଞ୍ଚ ଶ୍ରୀମତୀ ମହାକୁଡ଼  କହିଛନ୍ତି। ପଂଚାୟତ ବାସୀଙ୍କ ପାଇଁ ଆମେ ଏଠି ରାତି ଦିନ ରହିବା ସହ ଲୋକମାନଙ୍କ ମନବଳ ସୁଦୃଢ଼ କରୁଥିବା ପଂଚାୟତ ସମିତି ସଭ୍ୟ ନାରାୟଣ ଜେନା ସୂଚନା ଦେଇଛନ୍ତି । ଏଠାରେ ଆମେ ଏକ ହଜାର ଲୋକଙ୍କୁ  ରଖିପାରିବୁ ବୋଲି ଶ୍ରୀ ଜେନା କହିଛନ୍ତି ।

Leave a Reply

Your email address will not be published. Required fields are marked *