ରାଜ୍ୟ ଵିଜେପି ମୂଖପାତ୍ର ଦିଲ୍ଲିପ ମଲ୍ଲିକ ଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ 

କଟକ ସଦର, ୨୩/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ମୁକାବିଲା କରିବା ଏବଂ ବାତ୍ୟା ପରିସ୍ଥିତିର ସୁବ୍ୟବସ୍ଥା କରିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରାମର୍ଶ କ୍ରମେ ଆଜି ବୁଧବାର ଦିନ ରାଜ୍ୟ ମୂଖପାତ୍ର ଦିଲ୍ଲିପ ମଲ୍ଲିକ କଟକ ସଦର ଅଞ୍ଚଳର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିବା ଜଣାଯାଇଛି। ସେବା, ସହାୟତା, ରିଲିଫ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କ ଵ୍ୟଵ୍ୟସ୍ଥାକୁ ସହଯୋଗ ଯୋଗାଇଦେବାକୁ ଶ୍ରୀ ମଲ୍ଲିକ ବିଜେପି କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଥିରେ ଶ୍ରୀ ମଲ୍ଲିକ ଙ୍କ ସହ ପିୟୁସ ପରିଡ଼ା, ଶୁଭନ୍ୟାସ ମହାନ୍ତି, ଅଶୋକ ବିଶ୍ୱାଳ, ଅଭିରାମ ଦଳେଇ,କିର୍ତିରଞ୍ଜନ ପଟ୍ଟନାୟକ,ରିପକ ମହାପାତ୍ର ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *