ପରିବର୍ତ୍ତନର ସୂତ୍ରଧର ହେଉଛନ୍ତି ପ୍ରଗତିଶୀଳ ଲେଖକ : ବାଚସ୍ପତି
ଭୁବନେଶ୍ୱର,୨୧/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମାଜକୁ ପରିବର୍ତ୍ତନ କରିବା କ୍ଷେତ୍ରରେ କବି, ଲେଖକ ଓ ସାରସ୍ୱତ ସାଧକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାରମ୍ପରିକ ଚିନ୍ତାଧାରାରୁ ବାହାରକୁ ଯାଇ ଯେତେବେଳେ ଲେଖକ ଲେଖନୀ ଚାଳନାକରେ, ସେତେବେଳେ ତାକୁ ପ୍ରଗତିଶୀଳ ଲେଖକ ବୋଲି କୁହାଯାଏ । ସାମାଜିକ ଜୀବନରେ ଅନେକ ପ୍ରକାର ପ୍ରସଙ୍ଗ ରହିଛି ଏବଂ ସେଗୁଡ଼ିକ ମଧ୍ୟରୁ ଅନେକର ସଂସ୍କାର କିମ୍ବା ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନର ସୂତ୍ରଧର ହେଉଛନ୍ତି ପ୍ରଗତିଶୀଳ ଲେଖକ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି ।
ଆଜି ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ୨୪ତମ ବାର୍ଷିକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଲେ ଯେ ପ୍ରଗତିଶୀଳ ଲେଖକ ଗୋଷ୍ଠୀ ସମାଜର ଦିଗ୍ଦର୍ଶକ ଏବଂ ସମାଜର ଶୁଭଚିନ୍ତକ । ସେମାନଙ୍କର କଲମ ମୂନ ବଜ୍ର ଠାରୁ ମଧ୍ୟ ଶକ୍ତ । ସମୟକୁ ନେଇ ପରିବର୍ତ୍ତନ ସାମାଜିକ ଜୀବନକୁ ମଧୁମୟ କରେ । ଏ କ୍ଷେତ୍ରରେ ଜଣେ ଲେଖକ ସାଧାରଣ ମଣିଷଠାରୁ ଅଲଗା ଏବଂ ଭିନ୍ନ ଧରଣର ଚିନ୍ତାକରେ । ଆମର ପ୍ରଗତିକୁ ସ୍ୱାଗତ କରିବାକୁ ପଡ଼ିବ । ବର୍ତ୍ତମାନ ସମାଜର ଅନେକ କ୍ଷେତ୍ରରେ ପ୍ରଗତି ଏବଂ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ଲେଖକମାନେ ବିଭିନ୍ନ ପ୍ରକାରର ଗଣମାଧ୍ୟମର ଉପଯୋଗ କରିବା ସହ ଏକ ନୂତନ ରାଷ୍ଟ୍ର ଗଠନ ଦିଗରେ ଦିଗଦର୍ଶନ ଦେବେ ବୋଲି ଶ୍ରୀମତୀ ପାଢ଼ୀ ଆଶା ପ୍ରକାଶ କରିଥିଲେ ।
ମହାସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାରଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୁବନେଶ୍ୱର(ଏକାମ୍ର) ବିଧାୟକ ଶ୍ରୀ ବାବୁସିଂ କହିଲେ ଯେ ପ୍ରଗତିଶୀଳ ଲେଖକମାନେ ଦେଶ ଓ ଜାତିକୁ ଆଗେଇ ନେବାରେ ସହାୟକ ହୋଇପାରିବେ । ପ୍ରଗତି ବିନା ଉନ୍ନତି ଓ ସମୃଦ୍ଧି କଷ୍ଟକର । କଲମ ମୂନର ଧାର, ଖଣ୍ଡାର ଧାର ଠାରୁ ଆହୁରି ଶାଣିତ । ଏକ ନିଶାମୁକ୍ତ ତଥା ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଦିଗରେ ପ୍ରଗତିଶୀଳ ଲେଖକମାନେ ଆଗେଇ ଆସିବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଜଗନ୍ନାଥ ପ୍ରଧାନ କହିଲେ ଯେ ଲେଖକମାନେ ହେଉଛନ୍ତି ସମାଜର ଦିଗ୍ଦର୍ଶକ । ସମାଜଗଠନ ଦିଗରେ ଲେଖକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଲେଖକମାନେ ନୂତନ ଚିନ୍ତା, ଆଭିମୁଖ୍ୟ ଓ ଲକ୍ଷ୍ୟ ନେଇ ସମାଜରେ ପରିବର୍ତ୍ତନ ଆଣିପାରିବେ । ଲେଖା ଓ ଲେଖକର ସବୁବେଳେ ଗୁରୁତ୍ୱ ରହିଛିବୋଲି ସେ ପ୍ରକାଶ କରିଥିଲେ ।
ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସଂପାଦକ ଶ୍ରୀ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଅନୁଷ୍ଠାନର ଉପସଭାପତି ଶ୍ରୀ ପ୍ରଭାତ ବେଉରା, ବରିଷ୍ଠ ସାମ୍ବାଦିକ ଶ୍ରୀ ସନତ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରଗତିଶୀଳ ଲେଖକମାନଙ୍କର ଆଭିମୁଖ୍ୟ ଓ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ । ସଂପାଦକ ଶ୍ରୀ କଣ୍ଡୁରୀ ଚରଣ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଡ. ନୃସିଂହନନ୍ଦ ମହାପାତ୍ରଙ୍କ ରଚିତ ‘ହିମାଳୟର ବୈଦିକ ମନ୍ତ୍ରବାଣୀ’, ଉପେନ୍ଦ୍ରନାଥ ବଳିୟାରସିଂଙ୍କ ‘ପ୍ରଭୁ ଯାହା କୁହନ୍ତି’ ଦୁଇଟିପୁସ୍ତକ ଉନ୍ମୋଚିତ ହୋଇଥିଲା ।
ଏହି ଉତ୍ସବରେ କବି କୁଞ୍ଜବିହାରୀ ପାଢ଼ୀ, ଡ. ନୃସିଂହନନ୍ଦ ମହାପାତ୍ର, ଉପେନ୍ଦ୍ର ନାଥ ବଳିୟାରସିଂ, ଶ୍ରୀମତୀ ପ୍ରତିମା ମିଶ୍ର, ଶେଖ ଅବ୍ଦୁଲ୍ କୁଶୁଦ୍, ଶ୍ରୀମତୀ ସାଧନା ପଣ୍ଡା, ବରିଷ୍ଠ ସାମ୍ବାଦିକ ପପୁ ମହାନ୍ତି, ସୌଭାଗ୍ୟ ନାୟକ, ଅଧ୍ୟାପକ ସନ୍ତୋଷ କୁମାର ତି୍ରପାଠୀ, ବିପ୍ଳବ ସାମନ୍ତରାୟ, ଗୋଲକ ବିହାରି ପରିଡ଼ା, ସୁକାନ୍ତ ବିଶ୍ୱାଳ, ଶ୍ରୀମତୀ ଗୌରୀ ପାଢ଼ୀ, ଅରବିନ୍ଦ ପ୍ରଧାନ, ବିନୋଦ ବେହେରା, ବିବେକାନନ୍ଦ ବାରିକ, ଦାନିସ୍ ପ୍ରଧାନ ଓ ପୂଜା ହେମ୍ବ୍ରମ୍ ପ୍ରମୁଖ ୧୮ ଜଣଙ୍କୁସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଦ୍ୱିତୀୟ ଅଧିବେଶନରେ କବି ରକ୍ଷକ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କବିତା ପାଠୋତ୍ସବରେ ଶତାଧିକ କବି କବିତା ପାଠ କରିଥିବାବେଳେ ଶିଳ୍ପ ବେଣୁ ପତିହାରୀ ଓ ଅଧ୍ୟାପିକା ସୌଦାମିନୀ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କବି ଗୋଲକ ବିହାରୀ ନାୟକ ଓ ପ୍ରଭାବ ରଞ୍ଜନ ଦାସ ଉପସ୍ଥିତ ଥିଲେ ।