ରୁଦ୍ରାଭିଷେକ କଲେ ୨୬ ଦମ୍ପତି

ବଡ଼ବିଲ, ୩୦/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ବଡ଼ବିଲ ଗୁଜୁରାଟୀ ମହିଳା ମଣ୍ଡଳୀ ଦ୍ୱାରା ଆଜି ବଡ଼ବିଲ ଗୁଜୁରାଟୀ ସମାଜଭବନ ରେ ଏକ ଭବ୍ୟ ରୁଦ୍ରାଭିଷେକ କରାଯାଇଛି । ଏଥିରେ ପ୍ରାୟ ଏକ ଶହ ରୁ ଉର୍ଦ୍ଧ ଭକ୍ତ ଯୋଗ ଦେବା ସହ ଛବିଶି ଦମ୍ପତି ଅଭିଷେକ କରିଥିଲେ । ସୁଦୂର କାଶୀ ରୁ ଆସିଥିବା ମୁଖ୍ୟ ପୂଜକ ଶ୍ରୀ ପ୍ରକାଶ ମହାରାଜ ଙ୍କ ଦ୍ୱାରା ରୁଦ୍ରାଭିଷେକ କରାଯାଇଥିଲା । ଗୁଜୁରାଟୀ ସମାଜ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ପୁର୍ଣ୍ୟ କାର୍ୟ୍ୟକ୍ରମ କୁ ସମ୍ପନ୍ନ କରିବା ସହ ଅପରାହ୍ନ ରେ ପ୍ରସାଦ ବିତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *