ଢେଙ୍କାନାଳ, ୨୮/୭/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ସଦର ଥାନା ଖମାର ସାହିରେ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ ହୋଇଛି । ୨ ଜଣ ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ବ୍ୟବସାୟୀ ଜଣକ ଖମାର ସାହି ଲକ୍ଷ୍ମୀପୁଜା କମିଟିର ସମ୍ପାଦକ ଅଛନ୍ତି । ବୋମାମାଡ ପୂର୍ବରୁ ଏକ ଅଜଣା ନମ୍ବରରେ ଧମକ ଆସିଥିଲା । କିଛି ସମୟ ପରେ ଅଚାନକ ୨ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଥିଲେ । ବୋମାମାଡ ରେ କେହି ମୃତାହତ ହୋଇନଥିଲାବେଳେ ଘରର ମୁଖ୍ୟ ଗେଟ୍ ଭାଙ୍ଗିଯାଇଛି । ବୋମାମାଡର କାରଣ ଜଣାପଡିନି । ପୁଲିସ ସିସିଟିଭି ଆଧାରରେ ଯାଞ୍ଚ କରୁଛି ।