ଶିକ୍ଷା ସପ୍ତାହର ଚତୁର୍ଥ ଦିବସ

#      ବିବିଧ ସାଂସ୍କୃତିକ ପରମ୍ପରାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ସାସ୍କୃତିକ ଦିବସ’

#      ବିଦ୍ୟାଳୟସ୍ତରରେ ପ୍ରଦର୍ଶିତ ହେଲା ‘ବିଭିନ୍ନତାରେ ଏକତା’

ଭୁବନେଶ୍ୱର, ୨୫/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଚଳିତ ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଛି ଶିକ୍ଷା ସପ୍ତାହ । ଜାତୀୟ ଶିକ୍ଷାନୀତି-୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଦିବସକୁ ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ ‘ଶିକ୍ଷା ସପ୍ତାହ’ର ଚତୁର୍ଥ ଦିବସକୁ ସାଂସ୍କୃତିକ ଦିବସ ଭାବରେ ପାଳନ କରାଯାଇଛି ।

        ଜାତୀୟ ଶିକ୍ଷାନୀତିରେ ଉଲ୍ଲେଖ ଥିବା ବିଭିନ୍ନ ପଦକ୍ଷେପଗୁଡ଼ିକୁ ଦୃଷ୍ଟିରେ ରଖି ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି । ‘ଶିକ୍ଷା ସପ୍ତାହ’ ପାଳନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଆରା ଶିକ୍ଷଣ ଅଭିଜ୍ଞତାକୁ ଅନୁଭବ

କରିପାରୁଛନ୍ତି । ଏହି ଅନୁଭୂତିକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆଜି ବିଭିନ୍ନ ଶିକ୍ଷାନୁଷ୍ଠାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟକୁ ପ୍ରତିପାଦିତ କରିବା ପାଇଁ ପ୍ରତି ତିନି ମାସରେ ଥରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତାବ ରଖିଛନ୍ତି ।

       ଭାରତର ବିଭିନ୍ନତାରେ ଏକତାକୁ ଗୁରୁତ୍ୱ ଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅନନ୍ୟ ଭାଷା, ସଂସ୍କୃତି, ଖାଦ୍ୟପେୟ, କଳା ସ୍ଥାପତ୍ୟ, ଲୋକନୃତ୍ୟ, ଶାସ୍ତ୍ରୀୟ ତଥା ଆଞ୍ଚଳିକ ଲୋକକଳା, ପଥପ୍ରାନ୍ତ ନାଟକ, ଥିଏଟର୍‌, ପାରମ୍ପରିକ ହସ୍ତଶିଳ୍ପ, କେ„ଇ ନାଚ ଆଦିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ

କରାଯାଇଥିଲା । ଏହି ଦିବସ ଜରିଆରେ ଛାତ୍ରଛାତ୍ରୀଙ୍କ ସୃଜନାତ୍ମକ ପ୍ରତିଭାକୁ ଅଧିକ ପ୍ରସ୍ପୁଟିତ କରାଯାଇପାରିଛି । ଶିକ୍ଷା କ୍ଷେତ୍ରରେ ସାଂସ୍କୃତିକ ଦିବସ କେବଳ ଏକ ଉତ୍ସବ ନୁହେଁ ବରଂ ଏହା ବିବିଧତା, ବିଶ୍ୱ ସଚେତନତା, ପାରସ୍ପରିକ ସହଭାଗିତା, ସୃଜନଶୀଳତା ଓ ସ୍ଥାନୀୟ କଳା-ସଂସ୍କୃତିକୁ ପ୍ରୋତ୍ସାହନ ଦେବାର ଏକ ମାଧ୍ୟମ ।

        କଳା ଓ ସଂସ୍କୃତିକୁ ଏକାଠି କରିବା କେବଳ ଦିନିକିଆ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଶିକ୍ଷଣ ପ୍ରଣାଳୀର ନିରନ୍ତର ଯାତ୍ରା । ବିଦ୍ୟାଳୟ ହିଁ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରତିପୋଷଣ ଓ ପ୍ରଦର୍ଶନ କରିବାର ଉପଯୁକ୍ତ ସ୍ଥାନ । ଏହାକୁ ସଫଳ କରିବାରେ ଶିକ୍ଷା ସପ୍ତାହ ଏକ ମାଧ୍ୟମ । ସାଂସ୍କୃତିକ ଦିବସ ପାଳନ କରିବା ଦ୍ୱାରା ପରସ୍ପର ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ, ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂର ହୋଇପାରିବ ଓ ବିବିଧ ସାଂସ୍କୃତିକ ପରମ୍ପରାକୁ ପ୍ରୋତ୍ସାହନ ମିଳିପାରିବ ।

Leave a Reply

Your email address will not be published. Required fields are marked *