ବୌଦ୍ଧ ଜ଼ିଲ୍ଲା ପ୍ରେସ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ

                    ଚଳିତ ମାସ ୨୬ ତାରିଖରେ ଜ଼ିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଠା ଦିବସ – ଏକ ମାସ ଯାଏଁ ଜିଲ୍ଲାର ବିଭିନ୍ନ ଅଂଚଳରେ ବିଭିନ୍ନ କାର୍ୟ୍ୟକ୍ରମ କରାଯିବ

ବୌଦ୍ଧ, ୭/୭/୨୦୨୪ (ଓଡ଼ିଶା ସମାଚାର)- ଜ଼ିଲ୍ଲା ପ୍ରେସ କ୍ଲବର ସାଧାରଣ ବୈଠକ ସାମ୍ବାଦିକ ଫୋରମ କାର୍ୟ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ଲବର କାର୍ୟ୍ୟକାରୀ ସଭାପତି ପ୍ରଦୋଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଚଳିତ ମାସ ୨୬ ତାରିଖରେ ଜ଼ିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଲୋଚନା ହୋଇଥିଲା। ଜୁଲାଇ ୨୬ ତାରିଖରୁ ଅଗଷ୍ଟ ୨୬ ତାରିଖ ଏକ ମାସ ଯାଏଁ ଜିଲ୍ଲାର ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, ରକ୍ତଦାନ ଶିବିର, ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯିବା ସହ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଜ଼ିଲ୍ଲାର ପର୍ୟ୍ୟଟନ ସମ୍ପର୍କରେ ଅବଗତ କରାଇବା ପାଇଁ ଆଲୋଚନା ଚକ୍ର ଓ ସାଧରଣ ଜ୍ଞାନ ପ୍ରତିଯୋଗିତା ମାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *