ରାଜନଗର ରେ ବିଜୁ ଜନତା ଦଳ ର ଷ୍ଟାର୍ ପ୍ରଚାରକ ଭି କେ ପାଣ୍ଡିୟାନ ଙ୍କ ନିର୍ବାଚନୀ ପ୍ରଚାର

ରାଜନଗର, ୨୦/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ରବିବାର ଅପରାହ୍ନ ପ୍ରାୟ ଦୁଇ ଘଟିକା ସମୟରେ ଭି କେ ପାଣ୍ଡିୟାନ୍ ରାଜନଗର ନିର୍ବାଚନ ମଣ୍ଡଳୀ ଗସ୍ତ ରେ ଆସି ନିର୍ବାଚନ ପ୍ରଚାର ଜୋରଦାର କରିବା ସହ ଯୋଡ଼ି ଶଙ୍ଖ ରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।
ଅପରାହ୍ନ ଦୁଇ ଘଟିକା ସମୟରେ ରଜନଗରସ୍ଥିତ ହାଇସ୍କୁଲ ପଡିଆ ମିନି ଷ୍ଟାଡିୟମ୍ ନିକଟରେ ହୋଇଥିବା ଅସ୍ଥାୟୀ ହେଲି ପ୍ୟାଡ ପଡିଆ ରେ ଅବତରଣ କରି ସେଠାରୁ ଚାଲି ଚାଲି ନିକଟରେ ଥିବା ମଞ୍ଚ କୁ ଆସିଥିଲେ। ପରେ ଉପସ୍ଥିତ ଥିବା ହଜାର ହଜାର ଜନସାଧାରଣ ଙ୍କ ଅଭିବାଦନ ଗ୍ରହଣ କରିବା ପରେ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ର ସାଂସଦ ପ୍ରାର୍ଥୀ ଏଵଂ ରାଜନଗର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ।
ନବୀନ ବାବୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ପ୍ରଥମେ ଓଡ଼ିଶାର ନବେ ଶତକଡା ଲୋକଙ୍କ ବିଦ୍ୟୁତ୍ ବିଲ ଛାଡ କରାଯିବା ସହିତ ମିଶନ ଶକ୍ତି ମା ମାନଙ୍କର ପେନସନ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ପରେ ୫ଟି ମାଧ୍ୟମରେ ହୋଇଥିବା ବିକାଶ କାର୍ୟ୍ୟ ଯଥା ପଟ୍ଟାମୁଣ୍ଡାଇ ସବ ଡ଼ିଭିଜନାଲ ହସ୍ପିଟାଲ ଉନ୍ନତିକରଣ ପାଇଁ ୪୦କୋଟି, ସାତଭାୟା ଥଇଥାନ ପାଇଁ ୨୨କୋଟି, ବିଭିନ୍ନ ମଠ ମନ୍ଦିର ଉନ୍ନତି କରଣ ନିମନ୍ତେ ୨୪କୋଟି, ୩୬୮କୋଟି ଟଙ୍କାର ଭିତର କନିକା ଏଵଂ ପେଣ୍ଠ ବେଳାଭୂମି ର ବିକାଶ ନିମନ୍ତେ ମାଷ୍ଟର ପ୍ଲାନ୍ ହୋଇ ୫୯କୋଟି ଟଙ୍କା ଅନୁଦାନ ପ୍ରଥମ ପର୍ୟ୍ୟାୟରେ ମିଳିଥିବା ସୂଚନା ଦେଇଥିଲେ। ଏହା ସହିତ ବସ ଷ୍ଟାଣ୍ଡ ନୂତନ ଭାବେ ନିକଟରେ ଉଦଘାଟନ ହୋଇଥିବା ସୂଚନା ଦେଇଥିଲେ। ପରେ ଉପସ୍ଥିତ ଜନସାଧାରଣ ଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। କାଳିଆ ଯୋଜନା କିଏ କରିଛି, ମିଶନ ଶକ୍ତି କିଏ କରିଛି, ବୋଲି ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ବିରୋଧି ଦଳ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେହିପରି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ମୁଁ ଏହି ମାଟିର ପୁଅ ବୋଲି କହି ମୋତେ ସାଂସଦ ଭାବେ ନିର୍ବାଚିତ କଲେ ମୁଁ ଆପଣଙ୍କ ସ୍ୱର୍ ଦିଲ୍ଲୀ ଦରବାର ରେ ଉଠେଇବି କହି ଉପସ୍ଥିତ ହଜାର ହଜାର ଜନସାଧାରଣ ଙ୍କୁ ମୁଣ୍ଡିଆ ମାରିଥିଲେ। ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ କହିଥିଲେ ଯେ ମୋ ବୋଉ ବିଧାୟକ ସମୟରେ ଏହି ନିର୍ବାଚନ ମଣ୍ଡଳୀ କୁ ନବୀନ ବାବୁ ପ୍ରାୟ ୧୫ହଜାର କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ଏଵଂ ଆପଣ ମାନେ ମୋତେ ଆଉ ଥରେ ନିର୍ବାଚିତ କଲେ ଆମେ ଏକ ନୂତନ ସମୃଦ୍ଧ ରାଜନଗର ଆପଣ ମାନଂକ ସହଯୋଗ ରେ ନିର୍ମାଣ କରିବା। ଏହି କାର୍ୟ୍ୟକ୍ରମ ରେ ପ୍ରାୟ ୧୦ହଜାର ରୁ ଉର୍ଦ୍ଧ ଜନସାଧାରଣ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *