ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପିପିଲି,୦୨/୦୫/୨୦୨୪ (ଓଡ଼ିଶା ସମାଚାର)- ପିପିଲି ବ୍ଲକ୍ ଅନ୍ତର୍ଗତ ଜନାର୍ଦ୍ଦନପୁର୍ ଉଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୀତା ଦେଇଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହରିବନ୍ଧୁ ବିଦ୍ୟାପିଠ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପିପିଲି ବ୍ଲକ୍ ଶିକ୍ଷାଧିକାରୀ ରବୀନ୍ଦ୍ରନାଥ ନନ୍ଦ ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସତ୍ୟନାରାୟଣ ବସ୍ତିଆ, ଶିକ୍ଷାବିତ୍ ରଶ୍ମିରଞ୍ଜନ ସେଠି, ସୁକାନ୍ତ କୁମାର ନାୟକ, ବିକ୍ରମ ରଥ ପ୍ରମୂଖ ଯୋଗଦେଇ ସୀତା ଦେଇ ଙ୍କ ଚାକିରି ଜୀବନର ସଫଳତା, ପରୋପକାରୀତା, ସମୟାନୁବର୍ତ୍ତିତା ଗୁଣ ଉପରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀମତୀ ସୀତା ଦେଇ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ପିପିଲି ଏନ୍ ଏ ସି ର ସମାଜସେବୀ ଶ୍ରୀମତୀ ରାନୁ ପାତ୍ର ତାଙ୍କ ସହଯୋଗୀ ସଙ୍ଗୀତା ଦାସ, ଅମ୍ବିକା ଘଡେଇ ପ୍ରମୁଖ ମଧ୍ୟ ଶ୍ରୀମତୀ ଦେଇ ଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ଭାବେ ପୁଷ୍ପଗୁଚ୍ଛ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଉଦ୍ଧେଶ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନଲତା ଓଝା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *