କେନ୍ଦ୍ରାପଡ଼ା,୧୦/୦୩/୨୦୨୪(ଓଡ଼ିଶା ସମାଚାର)- ଗୋପୀନାଥ ଜୀଉ ସେବା ସମିତି ତରଫରୁ ଆଜି ବାଲିଆ ମେଡିକାଲ ପରିସରରେ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବରିଷ୍ଠ ସମାଜସେବୀ ତାରା ପ୍ରସାଦ କାନୁନଗୋ ଏବଂ ବାଲିଆସ୍ଥିତ ସରୋଜକାନ୍ତ କାନୁନଗୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଖଗେଶ୍ୱର ନାୟକ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସ୍ଥାନୀୟ ଅଂଚଳ ସମେତ ଆଖପାଖରୁ ଅନେକ ଯୁବକ ଯୁବତୀ ଏହି ଶିବିରରେ ଯୋଗ ଦେବା ସହିତ ଅମୁଲ୍ୟ ଜୀବନକୁ ରାହା ଦେବା ଉଦେଶ୍ୟରେ ରକ୍ତଦାନ କରିଥିଲେ । ସମିତିର ସଭାପତି ପ୍ରଭାତ କୁମାର ରଣାଙ୍କ ସମେତ ସମ୍ପାଦକ ରାକେଶ କୁମାର ସାହୁଙ୍କ ଆହ୍ୱାନ କ୍ରମେ ଅନେକ ଯୁବପିଢ଼ି ଆଜି ରକ୍ତଦାନ ମାଧ୍ୟମରେ ସମାଜ ପ୍ରତି ଥିବା କର୍ତବ୍ୟକୁ ପାଳନ କରି ଏହା ପ୍ରମାଣ କରିଛନ୍ତି ଯେ ସମାଜରେ ଯୁବପିଢ଼ି ମାନଙ୍କ କର୍ତବ୍ୟ ନିଷ୍ଠା କ’ଣ ହେବା ଆବଶ୍ୟକ ତାହା ପ୍ରମାଣ କରିଛନ୍ତି । କେନ୍ଦ୍ରାପଡା ରେଡକ୍ରସ ରକ୍ତଭଣ୍ଡାରର କର୍ମଚାରୀ ରାକେଶ କୁମାର ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୬୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।
ଗୋପିନାଥ ଜୀଉ ସେବାସମିତି ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର
