କାର୍ଯ୍ୟରତ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ପ୍ରଦାନ କରାଯିବ ୫୬,୫୫,୭୨,୦୦୦ ଟଙ୍କା

ଭୁବନେଶ୍ବର,୧୬/୧୦/୨୦୨୬(ଓଡ଼ିଶା ସମାଚାର)- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ରାଜ୍ୟର ଗ୍ରାମ ପଞ୍ଚାୟତ ସ୍ତରରେ ନିର୍ବାଚିତ ଜନପ୍ରତିନିଧି ରୂପେ କାର୍ଯ୍ୟରତ  ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ଛଅ ମାସର ସମ୍ମାନ ରାଶି(Honorarium) ମଂଜୁର କରିଛନ୍ତି ।ଏଥିପାଇଁ  ସମୁଦାୟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ ନିମନ୍ତେ ମଂଜୁର ହୋଇଛି ।

ସୂଚନାଯୋଗ୍ୟ ଯେ, ପିଛିଲା ୦୧.୦୪.୨୦୨୬ ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ, ୬ ମାସର ଏହି  ସମ୍ମାନ ରାଶି ପ୍ରଦାନ  କରାଯିବ । ସରପଞ୍ଚମାନେ  ୧୦ ହଜାର ଟଙ୍କା  ଓ   ନାଏବ ସରପଞ୍ଚ ମାନେ  ୪ ହଜାର  ଟଙ୍କା ଲେଖାଏଁ    ଏହି ସମ୍ମାନ ରାଶି ପାଇବେ ।

Leave a Reply

Your email address will not be published. Required fields are marked *