ବୈଠକସାଲେପୁର,୦୭/୦୯/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ସାଲେପୁର ଠାରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ସାଧାରଣ ପରିଷଦ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାସଂଘର କଟକ ଜିଲ୍ଲାଶାଖା ପକ୍ଷରୁ ମାଛୁଆତି ସାଲେପୁର ପବ୍ଲିକ ସ୍କୁଲ ଠାରେଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ଖେଡୁୱାଲ୍ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀକବିରାଜ ପାତ୍ର ଓ ରାଜ୍ୟ ଲିଗାଲ ସେଲ୍ର ସଂଯୋଜକ ଆଡଭୋକେଟ୍ ପ୍ରଭାତ କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ। ନିଜ ନିଜ ବକ୍ତବ୍ୟରେ ସେମାନେ ସଂଗଠନର ସାଂଗଠନିକ ସୁଦୃଢ଼ୀକରଣ,ସଂପ୍ରତି ଡିଜିଟାଲ ଗଣମାଧ୍ୟମର ଗୁରୁତ୍ୱ, ବୈଷୟିକ ଜ୍ଞାନକୌଶଳ, ଆଇନଗତ ସଚେତନତା ଏବଂ ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରି ସବିଶେଷ ଆଲୋଚନା କରିଥିଲେ।
ଏହି ସମାରୋହରେ ‘ପ୍ରତିକାର ନ୍ୟୁଜ୍’ର ସମ୍ପାଦକ ଶୁଭାଶିଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ‘ସାଲେପୁର ପବ୍ଲିକ୍ ସ୍କୁଲ୍’ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଜୟନ୍ତୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟଦେଇ ଥିଲେ। ସାମ୍ବାଦିକତା କ୍ଷେତ୍ରରେ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱବୋଧ ଉପରେ ଅତିଥିମାନେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁସଂଖ୍ୟକ ଡିଜିଟାଲ, ପ୍ରିଣ୍ଟ,ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ସଂପାଦକ ଅକ୍ଷୟ କୁମାର ଦାଶ, ସୌମ୍ୟ ରଞ୍ଜନ ସାହୁ ପରିଚାଳନା କରିଥିଲେ । ରଶ୍ମି ରଞ୍ଜନ ବିଶ୍ୱାଳ, ଚତୁର୍ଭୁଜ ବେହେରା ସହାୟତା କରିଥିଲେ । ଶେଷରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟ ଜୋନାଲ ସାଂଗଠନିକ ସମ୍ପାଦକ ଶ୍ରୀ ଜଗତ ବଲ୍ଲଭ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।
