କଟକ ସଦର ୦୩/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁର ଠାରେ ଥିବା ରୋଜାଲିନ ଏଡୁକେଶନାଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ ରେ ଆଜି ଗୁରୁବାର ଦିନ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କୃଷ୍ଣ ବେଶ ପ୍ରତିଯୋଗୀତା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା କାଲି ଶୁକ୍ରବାର ଦିନ ଜନ୍ମାଷ୍ଟମୀ ପାଇଁ ସ୍କୁଲ ଛୁଟି ରହୁଥିବାରୁ ଆଜି ସ୍କୁଲର ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ବାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଉଇସଡମ ମୁକ୍ତାକାଶ ମଣ୍ଡପ ଠାରେ ପିଲାଙ୍କ ଦ୍ବାରା ପରିବେଷଣ ହୋଇଥିବା କୃଷ୍ଣ ଵେଶ ସହିତ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲିଳାଖେଳାର ବେଶ ଓ ଅଭିନୟ ବେଶ୍ ଉପଭୋଗ୍ୟ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ପରିଚାଳନା ରେ ସହାୟତା କରିଥିଲେ।
