ଭୁବନେଶ୍ୱର,୨୦/୦୮/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ୮୨ତମ ଜନ୍ମଜୟନ୍ତୀ ସମାରୋହରେ ରାଜୀବ ଗାନ୍ଧୀ ସେବା ଫୋରମ୍ ତରଫରୁ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ ଉତ୍ସବ-୨୦୨୬ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଜୀବ ଗାନ୍ଧୀ ଷ୍ଟୁଣ୍ଡେ ଫୋରମ୍ର ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସି.ଡବ୍ଲୁ୍ୟ.ସି. ମେମ୍ବର ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲ୍ଜୀ ଭାଇ ଦେଶାୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପି.ସି.ସି. ସଭାପତି ଭକ୍ତ ଚରଣ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜୀବ ଗାନ୍ଧୀଙ୍କର ଦେଶବାସୀଙ୍କ ପ୍ରତି ଥିବା ଉତ୍ସର୍ଗୀକୃତ ଏବଂ ସେବା ମନୋଭାବ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସର୍ବଭାରତୀୟ କ୍ଷୁଦ୍ର ଓ ମଧ୍ୟମ ଖବରକାଗଜର ରାଷ୍ଟ୍ରୀୟ ସଭାପତି ପବିତ୍ର ମୋହନ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ଏମସ୍ ର ପୂର୍ବତନ ନିର୍ଦ୍ଧେଶକ ଡ. ଅଶୋକ ମହାପାତ୍ର, ଓଡ଼ିଶା ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍, ଏ.ଆଇ.ସି.ସି. ଲିଡର ଜେ.ଟି କୁସୁମ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେବା ସମର୍ପଣ ମନୋଭାବ ନେଇ କାର୍ଯ୍ୟ କରିବାକୁ ଏବଂ ଦେଶକୁ ଉନ୍ନତିପଥରେ ଆଗେଇନେବାକୁ ଆହ୍ୱାନ ଦେଇଥିଲେ । ରାଜୀବ ଗାନ୍ଧୀ ସେବା ଫୋରମ୍ ତରଫରୁ ଓଡ଼ଶାର ବିଭିନ୍ନ ଜିଲାରୁ ଆସିଥିବା ରେଡକ୍ରସ୍, ଏନ୍.ସି.ସି. ଓ ସ୍କାଉଟ୍ଗାଇଡ୍ର ସଦସ୍ୟାମାନଙ୍କୁ ବିଭିନ୍ନ ସେବା ପାଇଁ ସମ୍ମାନିତ କରାଯାଇଥିଲା ।
ଅନ୍ୟାନ୍ୟ ସମାଜସେବା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ସମ୍ମାନସ୍ପଦ ବ୍ୟକ୍ତିମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ କେନ୍ଦୁଝର ଜିଲାର ତେଲକୋଇ ବ୍ଲକର ଶିରିଗଡ଼ାଠାରେ ଥିବା ଆଂଚଳିକ ବିଜ୍ଞାନ ହାୟର ସେକେଣ୍ଡାରୀ କଲେଜ ଅଧ୍ୟାପକ ନରେନ୍ଦ୍ର କୁମାର ଶତପଥିଙ୍କୁ ଉପାନ୍ତ ଅଂଚଳରେ ଗଛ ଲଗାଇବା, ସ୍ୱଚ୍ଛତା ରଖିବା, ସଡ଼କ ସୁରକ୍ଷା ସାଇବର ସିକୁ୍ୟରିଟି, ଏଡସ୍ ସଚେତନତା ଓ ୧୮ ବର୍ଷରୁ କମ୍ ପିଲାଙ୍କୁ ନେଇ ମେଗା ରକ୍ତଦାନ ଶିବିର କରି ୧୨୦ ୟୁନିଟ୍ ରକ୍ତ ସଂଗ୍ରହ କରିଥିବା ପରିପ୍ରେକ୍ଷୀରେ ତାଙ୍କୁ ରାଜୀବଗାନ୍ଧୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ନିତ୍ୟାନନ୍ଦ ସାହୁ ଓମେନ୍ ହାୟର ସେକେଣ୍ଡାରୀ ସ୍କୁଲ୍ର ଅଧ୍ୟାପିକା ତଥା ୟୁଥ୍ ରେଡ୍କ୍ରସର କାଉନ୍ସିଲର ଶ୍ରୀମତୀ ଅମୀୟବାଳା ପରିଡ଼ାଙ୍କୁ ବିଶେଷ କରି ବିଭିନ୍ନ ସମାଜସେବା କ୍ଷେତ୍ରରେ ନିଜର ସମୟ ଏବଂ ଅର୍ଥ ଉପଯୋଗ କରି ସେବା ମନୋବୃି ରଖିଆସୁଥିବା ଯୋଗୁଁ ଏବଂ ପ୍ରତିଟି ମୁହୂର୍ତରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିବା ଯୋଗୁଁ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ-୨୦୨୬ରେ ସମ୍ମାନିତ କରାଯାଇଥିଲା ।
ଅତିଥିମାନେ ସେମାନଙ୍କର ନିଜ ନିଜର ବକ୍ତବ୍ୟରେ ସେବା କରୁଥିବା ଲୋକମାନଙ୍କୁ ପୁରସ୍କାର ବଡ଼କଥା ନୁହେଁ ସେମାନଙ୍କୁ ସର୍ବଦା ଶ୍ରଦ୍ଧା, ସମର୍ଥନ ଓ ସହଯୋଗ ଦେଷେଳ ଉଲ୍ଲେଖନୀୟ ଭାବେ ସେବା ଜାରି ରହିବ ବୋଲି କହିଥିଲେ ।
