କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ର ୩ବ୍ଲକ ସଭାପତି ମନୋନୀତ

କେନ୍ଦ୍ରାପଡ଼ା, ୨୨/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ଜିଲାର ୩ଟି ବ୍ଲକ ପାଇଁ ସଭାପତି ମନୋନୀତ ହୋଇଛନ୍ତି । ସଂଘର ଡେରାବିଶ ବ୍ଲକ ଶାଖାର ସଭାପତି ଭାବେ ତରୁଣ ରଞ୍ଜନ ପ୍ରଧାନ ଓ ରାଜନଗର ବ୍ଲକ ଶାଖାର ସଭାପତି ଭାବେ ସନ୍ତୋଷ କୁମାର ରାଉତ ମନୋନୀତ ହୋଇଛନ୍ତି । କେନ୍ଦ୍ରାପଡ଼ା ବ୍ଲକର କାର୍ଯ୍ୟକାରୀ ସଭାପତି ଭାବେ ରତିକାନ୍ତ ସାମଲ ମନୋନୀତ ହୋଇଛନ୍ତି ।

ଜିଲା ସଭାପତି ଶରତ କୁମାର ବେହୁରା ଏହି କର୍ମକର୍ତାମାନଙ୍କୁ ମନୋନୀତ କରିଛନ୍ତି । ସଂଘର କାର୍ଯ୍ୟକାରୀ ସଭାପତି ଗୋଲଖ ପଢିହାରୀ, ସଂଯୋଜକ ଚନ୍ଦନ ପରିଡ଼ା, ରାଜ୍ୟ ଆବାହକ ସୁଧାଂଶୁ ବେହୁରା ପ୍ରମୁଖ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏ ନେଇ ସଂଘର ମନକରପୁର ସ୍ଥିତ ଜିଲା କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବସମ୍ମତିକ୍ରମେ ଉପରୋକ୍ତ ନିଷ୍ପତି ନିଆଯାଇଛି ।

Leave a Reply

Your email address will not be published. Required fields are marked *