କେନ୍ଦ୍ରାପଡ଼ା, ୧୯/୦୪/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ବ୍ରାହ୍ମଣସଭାର ଏକ ସାଧାରଣ ପରିଷଦ ବୈଠକ ଗରାପୁରସ୍ଥିତ ଗୋପାଳଜୀଉ ମନ୍ଦିରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନିତ୍ୟାନନ୍ଦ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କର୍ମକର୍ତା ଚୟନ କରାଯାଇଥିଲା ।
ଏହି ସଭାରେ ସଭାପତି ଭାବେ ପଣ୍ଡିତ ହୃଷିକେଶ ରଥ, ଉପସଭାପତି ଭାବେ ରବୀନ୍ଦ୍ରନାଥ ରଥ ଓ କିଶୋର ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ଭାବେ ହରେକୃଷ୍ଣ ପତି, ଯୁଗ୍ମସମ୍ପାଦକ ଭାବେ ରବିନାରାୟଣ ମହାପାତ୍ର ଓ ଲକ୍ଷ୍ମୀକାନ୍ତ ଦାଶ, ସଂଗଠନ ସମ୍ପାଦକ ଭାବେ ତପନକୁମାର ଦାଶ, କୋଷାଧ୍ୟକ୍ଷ ଭାବେ କ୍ଷୀରୋଦ କୁମାର ପଣ୍ଡା, ଯୁବବାହିନୀ ସଭାପତି ଭାବେ ପ୍ରତାପ ଚନ୍ଦ୍ର ପାଢୀ ଓ ଯୁବବାହିନୀ ସମ୍ପାଦକ ଭାବେ ଜୀତେନ୍ଦ୍ର କୁମାର ଦାଶ, ବାର୍ତା ସମ୍ପାଦକ ଭାବେ ନୃସିଂହ ଚରଣ ତ୍ରିପାଠୀ ଓ ଚିତରଞ୍ଜନ ଦାସ, ଉପଦେଷ୍ଟା ଭାବେ ନିତ୍ୟାନନ୍ଦ ମିଶ୍ର, ଭକ୍ତବନ୍ଧୁ ମିଶ୍ର ଓ ଲକ୍ଷ୍ମୀଧର ଦୀକ୍ଷିତଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଏହି ଅବସରରେ ଜିଲା ବ୍ରାହ୍ମଣସଭା ପକ୍ଷରୁ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ପାଳନ କରାଯାଇଥିଲା ।
