ଦାନବୀର କ୍ଷେତ୍ରବାସୀ ରାଉତରାୟ ଙ୍କ ସମାଧି ପୀଠରେ ସମୂହ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା,୨/୨/୨୦୨୪(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଆଜି ଦାନବୀର କ୍ଷେତ୍ରବାସୀ ରାଉତରାୟ ଙ୍କ ସମାଧି ପୀଠ ଠାରେ ସମୂହ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ହୋଇଯାଇଅଛି। ଇସ୍ବାର୍ଡ ସାମାଜିକ ଅନୁଷ୍ଠାନ ନିରାକାରପୁର ଓ କ୍ଷେତ୍ରବାସୀ ସ୍ମ୍ରୁତି ସଂସଦ ପକ୍ଷରୁ ନିରାକାରପୁର ସ୍ଥିତ ରାଉତରାୟ ବଗିଚା ସମାଧି ପୀଠ ଠାରେ କ୍ଷେତ୍ରବାସୀ ସ୍ମ୍ରୁତି ସଂସଦ ଆବାହକ ଶଙ୍କର୍ଷଣ ପ୍ରଧାନ ଙ୍କ ପୌରହିତ୍ୟ ରେ ଇସ୍ବାର୍ଡ ସଂପାଦକ ମ୍ରୁତ୍ୟୁଞ୍ଜୟ ପ୍ରଧାନ,କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଅଧ୍ୟକ୍ଷ ବ୍ରତତୀ ମିଶ୍ର, ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ,୧୨ ନମ୍ବର ବିଜେପି ମଣ୍ତଳ ସଭାପତି ଆଲୋକ ରଂଜନ ଛୋଟରାୟ,ସମାଜସେବୀ ସୁକେଶ ସେନାପତି,ରାମଦୟା ପରିଷଦ ଉପ ସଭାପତି ସତ୍ୟବାଦୀ ବଳବନ୍ତରାୟ, ଯୁଗ୍ମ ସଂପାଦକ ସାରଙ୍ଗଧର ବଳିୟାରସିଂହ, ଅଧ୍ୟାପକ ଅଧ୍ୟାପିକା, ଅଂଚଳର ବୁଦ୍ଧିଜୀବୀ, ସମର ଶିକ୍ଷାର୍ଥୀ ବାହିନୀ ଓ ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ସମୂହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆଜି ଦାନବୀର କ୍ଷେତ୍ରବାସୀ ରାଉତରାୟ ଙ୍କ ୧୨୯ ତମ ଜୟନ୍ତୀ ଅବସରରେ ଏ ଅଂଚଳର ଶିକ୍ଷା ଓ ସଂସ୍କାର ର ବାର୍ତ୍ତାବହଙ୍କ ବହୁମୂଲ୍ୟ ଅବିସ୍ମରଣୀୟ ଅବଦାନ ସଂପର୍କ ରେ ଉପସ୍ଥିତ ଅତିଥିଗଣ ମତ ରଖିଥିଲେ।

Leave a Reply

Your email address will not be published. Required fields are marked *