ଭୁବନ ୦୭/୦୩/୨୦୨୬ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପ୍ରାଥମିକ ସେବା ସମବାୟ ସମିତିର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୃହକୁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ। ନୂତନ ଗୃହ ପ୍ରବେଶ ଅବସରରେ ସେବା ସମବାୟ ସମିତି ସଭାପତି ସହଦେବ ପରିଡ଼ା ଙ୍କ ଅଧ୍ୟକ୍ଷତା ଓ ପଙ୍କଜ ନାୟକ ଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ତଥା ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ ଚାଷୀ ଭାଇ ମାନଙ୍କୁ ଋଣ, ସାର,ବିହନ, ଔଷଧ ସହିତ ପର୍ଯ୍ୟାପ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି କହିଥିଲେ । ଏ ୟୁ ସି ସି ବ୍ୟାଙ୍କ ,ଭୁବନ ଶାଖା ପରିଚାଳକ ସୁଦାମ ରାଉତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୂଷଳ ସରପଞ୍ଚ ଉତ୍ତମ ପଣ୍ଡା,ବ୍ୟାଙ୍କ ସୁପର ଭାଇଜର ପ୍ରୀତି ବର୍ଦ୍ଧନ ମହାନ୍ତି,ସହ ସଂପାଦକ ଅନିଲ ଖୁଣ୍ଟିଆ, ଡାଟା ଏଣ୍ଟ୍ରି ଅପରେଟର ଅଖିଳ ମୋହନ ତରାଇ ଯୋଗ ଦେଇଥିଲେ ।ସମବାୟ ସମିତି ସମ୍ପାଦକ ସୁଶାନ୍ତ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ବରିଷ୍ଠ କୃଷକ ପ୍ରଭାତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
