ଜିଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି

କେନ୍ଦ୍ରାପଡ଼ା, ୦୪/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟରୁ ୧୧ଟି କମ୍ପୁ୍ୟଟର ଚୋରି ହୋଇଥିବା ଅଭିଯୋଗ ହୋଇଛି । କମ୍ପୁ୍ୟଟର ଗୁଡିକ ପେଟିରେ ପଶି ଜିଲାପାଳଙ୍କ କାର୍ଯ୍ୟାଳୟର ଏକ ଗୃହରେ ରହିଥିଲା । କେହି ଦୁର୍ବୃତ ଏହାକୁ ଚୋରି କରିନେଇଛନ୍ତି । ତେବେ କେତେବେଳେ ଓ କିପରି ଏହା ଚୋରି ହେଲା ତାହାର ତଦନ୍ତ କରିବାକୁ ଜିଲାପାଳ ରଘୁରାମ ଆର. ଆୟାର ଅତିରିକ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଏସମ୍ପର୍କରେ ଜିଲାପାଳ ଶ୍ରୀ ଆୟାରଙ୍କୁ ପଚାରିବାରେ ସେ କହିଲେ ଯେ ସେଗୁଡିକ କମ୍ପୁ୍ୟଟର ନୁହେଁ ଇନଭର୍ଟର ବ୍ୟାଟେରୀ ବୋଲି କହିଛନ୍ତି । ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *