ଭୁବନ, ୦୮/୦୧/୨୦୨ ୪ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ତ୍ରୟୋଦଶ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍ ଏ ସି ସଦଭାବନା ଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା କରିଥିଲେ । ନିର୍ବାହୀ ଅଧିକାରୀ ଅପୂର୍ବ ରଞ୍ଜନ ଆଇଚ ପୂର୍ବ ବୈଠକ ର ବିବରଣୀ ପାଠ କରି ସର୍ବ ସମ୍ମତ କ୍ରମେ ଏହାକୁ ଦୃଢ଼ୀକରଣ କରିଥିଲେ । ନଗରପାଳ ଶ୍ରୀଯୁକ୍ତ ସାହୁ ସମସ୍ତ ପ।ରିଷଦ ବର୍ଗ ଙ୍କୁ ନୂତନ ବର୍ଷ ର ଅଭିନନ୍ଦନ ଜଣାଇ ବହୁ ପ୍ରତିକ୍ଷୀତ ଚିନରା ପୋଖରୀ ର ପୁନରୁଦ୍ଧାର ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏଥି ସହିତ ମୁଖ୍ୟମନ୍ତ୍ରୀ ଙ୍କ ମୋ ପୋଖରୀ ଯୋଜନାରେ ଭୁବନ ର ୬ ଟି ପୋଖରୀ ଯଥା – ଗୋଡ଼ି ପୋଖରୀ, ଦୁର୍ଗା ସାଗର ପୋଖରୀ,ପୃଷ୍ଟି ପୋଖରୀ ,ନୂଆ ପୋଖରୀ, ଝରଣ ପୋଖରୀ କୁ ଆଦର୍ଶ ପୋଖରୀ ଭାବେ ରୂପାନ୍ତରଣ କରାଯିବ ବୋଲି କହିଥିଲେ। ୧୪ ନମ୍ୱର୍ ୱାର୍ଡ କାଉନସିଲର କଳ୍ପନା ବେହେରା ଙ୍କ ଅଭିଯୋଗର ଉତ୍ତର ରେ ନଗରପାଳ କହିଥିଲେ ଯେ ରଗଡ଼ି ଛକ ଠାରେ ହୋଇଥିବା ଭେଣ୍ଡିଂ ଜୋନ ପ୍ରଥମ ପର୍ଯ୍ୟାୟ ରେ ୧୬ ଟି ଷ୍ଟଲ ବଣ୍ଟନ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟ ରେ ବାକି ଥିବା ୧୦ ଟି ଷ୍ଟଲ ପାଇଁ ୬୪ ଜଣ ଆବେଦନ କରିଥିଲେ । ଲଟେରୀ ଜରିଆରେ ୧୦ ଜଣଙ୍କୁ ଚୟନ କରାଯାଇଥିଲା । ଖୁବ୍ ଶୀଘ୍ର ସେମାନେ ଷ୍ଟଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନୀଳମାଧବ ପେଟ୍ରୋଲ ପମ୍ପ ଛକରେ ଲାଇଟ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ସେହି ସ୍ଥାନରେ ପର୍ଯ୍ୟାପ୍ତ ଆଲୋକ ଲଗାଯିବା ସହ ବାଜିରାଉତ୍ କଲେଜ ଛକରୁ ନୀଳମାଧବ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଏକ ଆପ୍ରୋଚ ରୋଡ ନିର୍ମାଣ ପାଇଁ ଜିଲ୍ଲାପାଳ,ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ,ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ( ଉନ୍ନୟନ ଅଧିକାରୀ)ଙ୍କୁ ନଗରପାଳ ଙ୍କ ନେତୃତ୍ୱରେ ୨ ନମ୍ବର ୱାର୍ଡ କାଉନସିଲର କୃପାସିନ୍ଧୁ ବେହେରା,୬ ନମ୍ବର ୱାର୍ଡ କାଉନସିଲର ସୁଶାନ୍ତ ନାୟକ ,୭ ନମ୍ବର ୱାର୍ଡ କାଉନସିଲର ନରେନ୍ଦ୍ର ବେହେରା ଓ ୯ ନମ୍ବର ୱାର୍ଡ କାଉନସିଲର ପପୁ କୁମାର ସାହୁ ସାକ୍ଷାତ କରି ଏ ସଂପର୍କ ରେ ଅବଗତ କରାଇବାକୁ ବୈଠକ ରେ ଗୃହୀତ ହୋଇଥିଲା । ଭୁବନ ଦେଇ ଯାଇଥିବା ରେଳପଥ ର ସାମଳ ଠାରେ ହୋଇଥିବା ଷ୍ଟେସନ କୁ ଭୁବନ ରୋଡ ନାମ କରଣ କରାଯାଇଥିବାରୁ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ କ୍ଷୋଭ ପ୍ରକାଶ କରିଥିଲେ। ଏହାକୁ ଭୁବନ ନାମରେ ନାମିତ କରିବାକୁ ଦାବି କରିଥିଲେ। ରେଳ ଷ୍ଟେସନ ନାମ ପରିବର୍ତ୍ତନ ପାଇଁ ବୈଠକ ରେ ଗୃହୀତ କରାଯାଇ ଏ ସଂପର୍କ ରେ ସାଂସଦ ମହେଶ ସାହୁ ଙ୍କ ଜରିଆରେ ରେଳ ମନ୍ତ୍ରୀ ଙ୍କୁ ଅବଗତ କରାଯିବାକୁ ନିଷ୍ପତି ହୋଇଥିଲା । ମିଶନ ଶକ୍ତି ସଦସ୍ୟା ଏବଂ ଠିକାଦାର ମାନେ ନେଇଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ସ୍ଥାନୀୟ କାଉନସିଲର ଙ୍କ ପରାମର୍ଶରେ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଭୁବନ ଏନ୍ ଏ ସି ର ରୂପାନ୍ତରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୧ ଶହ କୋଟି ଟଙ୍କା ପ୍ରଦାନ କରିଥିବାରୁ ବୈଠକରେ ମୁଖ୍ୟମନ୍ତ୍ରୀ ଙ୍କ ସମେତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ସାଂସଦ ମହେଶ ସାହୁ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ବୈଠକରେ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ,ଶକ୍ତି ପ୍ରକାଶ ସାହୁ,ବରିଷ୍ଠ ସହାୟକ ପ୍ରାଣକୃଷ୍ଣ ଓଝା,ଯୋଗାଣ ନିରୀକ୍ଷକ ବାଢ଼ା ବେଶ୍ରା ଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ଯୋଗଦେଇଥିଲେ ।ଉପ ନଗରପାଳ ଶ୍ରୀମତୀ ମାନିନୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।