କେନ୍ଦ୍ରାପଡ଼ା, ୦୫/୧୦/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟର ଜଣେ ଆଗଧାଡିର ସମାଜସେବୀ ସ୍ୱର୍ଗତ ରୋହିତ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗରାପୁରସ୍ଥିତ ରେସୱା ଜାଗୃତି ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ପ୍ରଶାସକ କବି ନିରାକାର ଦାସ, କବି ଅବନ୍ତୀ ବେହେରା, ସମବାୟବୀତ ରଣଧିର ଜେନା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିସହିତ ସ୍ୱର୍ଗତ ଦାସଙ୍କ ତ୍ୟାଗପୂତ ଜୀବନୀ ଉପରେ ସଭାପତି ଶ୍ରୀ ମହାନ୍ତି ବକ୍ତବ୍ୟ ରଖିଥିଲେ । ସ୍ୱାଧାରଗୃହର ସୁଶ୍ରୀ ମିନତୀ ମହାରଣା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।