ମହମ୍ମଦ ଫଜଲେ ବାରୀଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, ୦୪/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ମହମ୍ମଦ ଫଜଲେ ରବ୍ ଙ୍କ ସୁପୁତ୍ର ତଥା କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ସହକାରୀ ଶିକ୍ଷକ ପୂର୍ବତନ ଉପ ଜିଲା ଶିକ୍ଷାଧିକାରୀ ମହମ୍ମଦ ଫଜଲେ ବାରୀଙ୍କ ବିୟୋଗରେ ଫକିରାବାଦ୍ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବରେ ଶିକ୍ଷକ ନେତା ଭ୍ରମରବର ରାଉତଙ୍କ ସମେତ କେନ୍ଦ୍ରାପଡା ଏବଂ ଡେରାବିଶ ବ୍ଲକର ଶିକ୍ଷକ ଓ ଶିକ୍ଷିକାମାନେ ଯୋଗଦେଇ ସ୍ୱର୍ଗତ ବାରୀସାର୍ ଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ବାରୀ ଜଣେ ଆଦର୍ଶ ଶିକ୍ଷକ, ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଓ ସରଳ ଜୀବନ ଯାପନ କରୁଥିବା ଜଣେ ଭଲ ମଣିଷ ଥିଲେ ବୋଲି ବକ୍ତାମାନେ କହିଥିଲେ । ଏହି ଶୋକ ସଭାରେ ସେକ୍ ମନସୁର ଅଲ୍ଲୀ, ସେଖ ରଇସୁଦ୍ଧିନ୍, ଜୟଶ୍ରୀ ଦାସ, ସେଖ ବରକାତୁଲ୍ଲା, ମହମ୍ମଦ ସିଦ୍ଧିକ, ସେଖ ଅବଦୁଲ ହସରତ୍, ସେଖ ଜିଆଉଲ୍ କରିମ୍, ମୀର ରଫିକ୍ ପ୍ରମୁଖ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ସ୍ୱର୍ଗତ ବାରୀ ସାର୍ ଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *