ପାଟକୁରା ନାଗରିକ ସମାଜ ର ଚା ପେ ଚର୍ଚ୍ଚା ବୈଠକ
ଗରଦପୁର,୯/୯/୨୦୨୬ (ଓଡ଼ିଶା ସମାଚାର) – ପାଟକୁରା ନାଗରିକ ସମାଜର ଏକ ଚା ପେ ଚର୍ଚ୍ଚା ବୈଠକ ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ନିକଟସ୍ଥ ମଧୁବାକୁ ପାଠାଗାର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ନାଗରିକ ସମାଜର ଆବାହକ ଗାଳ୍ପିକ ନରୋତମ ପରିଡ଼ା ଓ ନାଗରିକ ସମାଜର ସଭାପତି ନବଘନ ନାୟକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଏମଏମଡ଼ିଆର ସଂଶୋଧନ ଅ୍ରାଇନିକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିନେବା ପାଇଁ ବୈଠକରେ ଉପସ୍ଥିତ ନାଗରିକ ସମାଜର ସଦସ୍ୟମାନେ ଦୃଢ଼ ଦାବି କରିଥିଲେ ।
ଓଡ଼ିଶା ରେ ଥିବା ଖଣିଜ ସମ୍ପଦ ଉପରେ ଓଡ଼ିଶା ସରକାରର ଯେତିକି ଅଧିକାର ଥିଲା , କେନ୍ଦ୍ର ସରକାର ଏମଏମଡ଼ିଆର ଆଇନି ସଂଶୋଧନ କରି ଏହାକୁ ପ୍ରତ୍ୟାହାର କି ନେଇଚନ୍ତି । ଓଡ଼ିଶାର ଖଣିଜ ଉପରେ ଓଡ଼ିଆଙ୍କ ହକ୍ କୁ ଛଡ଼ାଇ ନିଆଯାଇଛି । ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଏପରିକି ପାର୍ଲାମେଂଟ ରେ ବିନା ଆଲୋଚନା ରେ ଏହି ସଂଶୋଧିତ ବିଲ କୁ ଅଗଣତାନ୍ତ୍ରିକ ଭାବରେ ପାରିତ କରାଯାଇଥିବାରୁ ନାଗରିକ ସମାଜ ତିବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲା ।
ଓଡ଼ିଆ ଅସ୍ମିତା ର ନାରା ଦେଉଥିବା ସରକାର ଓଡ଼ିଆଙ୍କ ହକ୍ ପାଇଁ ଚୁପ୍ ରହୁଥିବାରୁ ସମସ୍ତେ ନାପସନ୍ଦ କରିଥିଲେ । ଏପରିକି ବିରୋଧି ଦଳ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ରେ ଯେତିକି ସ୍ୱର ଉତୋଳନ କରିବା କଥା ତାହା ଉଣା କରୁଥିବାରୁ ବୈଠକରେ ବିରୋଧି ଦଳକୁ ମଧ୍ୟ ସମାଲୋଚନା କରାଯାଇଥିଲା । ଏହି ଆଇନ ଯୋଗୁ ଓଡ଼ିଶା ର ପ୍ରାପ୍ୟ ବକେୟା ବାବଦକୁ ଏକ ଲକ୍ଷ କୋଟି ଟଙ୍କା ଓ ବାର୍ଷିକ ରାଜସ୍ୱ ବାବଦକୁ ପ୍ରାୟ ୧୨ ହଜାର କୋଟି ଟଙ୍କା ଓଡ଼ିଶା ହରାଇବ ।
ସେମାନେ ଯାହା କୁହନ୍ତି :
ଖଣିଜ ସମ୍ପଦ ଆଇନି ରେ କେନ୍ଦ୍ର ସରକାର ପରିବର୍ତନ କରି ଖରିଜ ସମ୍ପଦ ଭରା ଓଡ଼ିଶାର ହକ୍ କୁ ଅଣଦେଖା କରିଛନ୍ତି । ଯେଉଁଭଳି ଭାବରେ ଏମଏମଡ଼ିଆର ସଂଶୋଧନ ଆଇନିକୁ କେନ୍ଦ୍ର ସରକାର ପାର୍ଲାମେଂଟରେ ପାରିତ କରିଛନ୍ତି, ତାହା ଏକଛତ୍ରବାଦ ର ଏକ ନମୂନା ।
ପାର୍ଲାମେଂଟରେ ବିନା ଆଲୋଚନା ରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ବିନା ଆଲୋଚନାରେ ପାରିତ କରିବା ଅସାମ୍ବିଧାନିକ ଓ ଗଣତନ୍ତ୍ର ବିରୋଧି । ଓଡ଼ିଶାବାସୀ ଖଣିଜ ସମ୍ପଦ ରେ ତାଙ୍କର ନ୍ୟାଯ୍ୟ ଅଧିକାର ପାଇବା ପାଇଁ ଆବଶ୍ୟକ ହେଲେ ପ୍ରତ୍ୟେକ ଓଡ଼ିଆ ନିଶ୍ଚୟ ସ୍ୱର ଉତୋଳନ କରିବେ – ଅବସରପ୍ରାପ୍ତ ପ୍ରାଧ୍ୟାପକ ନୀରୋଦ କୁମାର ଦାସ
ଓଡ଼ିଶାରେ ଥିବା ଖଣିଜ ସମ୍ପଦ ରୁ ରାଜ୍ୟ ତାହାର ନ୍ୟାଯ୍ୟ ହକ୍ ପାଇବା ଦରକାର । ଏବେ କେନ୍ଦ୍ର ସରକାର କରିଥିବା
ଏମଏମଡ଼ିଆର ସଂଶୋଧନ ଆଇନିକୁ ପ୍ରତ୍ୟାହାର କରାଯାଉ । କେନ୍ଦ୍ର ଏବଂ ରାଜ୍ୟରେ ଥିବା ସରକାର ଓଡ଼ିଆଙ୍କା ଏ ହକ କୁ ଅଣଦେଖା କରୁଛନ୍ତି । ବିରୋଧି ଦଳ ମଧ୍ୟ ଉପଯୁକ୍ତ ଢ଼ଙ୍ଗରେ ହକ୍ ପାଇଁ ଲଢ଼ୁନାହିଁ । ତେଣୁ ପ୍ରତ୍ୟେକ ଓଡ଼ିଆ ଏହି ଘଟଣା ରେ ସ୍ୱର ଉତୋଳନ ବେ ଏଥିରେ ସନ୍ଦେହ ନାହିଁ – ପୂର୍ବତନ ସରପଂଚ ଅଶୋକ କୁମାର ଜେନା
କେନ୍ଦ୍ର ସରକାର ଏମଏମଡ଼ିଆର ଆଇନ ସଂଶୋଧନ କରି ଆମ ଓଡ଼ିଆଙ୍କ ସ୍ୱାଭିମାନକୁ ଖଣ୍ଡନ କରିଛନ୍ତି । ହେୟ ଜ୍ଞାନ ମନେକରି ଏଭଳି ଅଗଣତାନ୍ତ୍ରିକ ନିଷ୍ପତି ନେଇ ଆଇନ ପାରିତ କରିଛନ୍ତି । ଏହା ବିରୁଦ୍ଧରେ ଜନମତ ଜାଗ୍ରତ ହେବ । ଶୋଇଥିବା ଓଡ଼ିଆ ନିଶ୍ଚୟ ଉଠିବ । ପ୍ରତ୍ୟେକ ରାଜନୈତିକ ଦଳ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଆଗକୁ ନେଇ ବଢ଼ନ୍ତୁ । ନଚେତ ଦଳ ପଛରେ ପଡ଼ିଯିବ , ଜନମତ ଆଗକୁ ଯିବ, କେହି ରୋକି ପାରିବେ ନାହିଁ – ଲେଖକ ଭୁବନ ମୋହନ ଜେନା
ଏମଏମଡ଼ିଆର ସଂଶୋଧିତ ଆଇନି ଦ୍ୱାରା ଓଡ଼ିଆ ଲୋକଙ୍କର ଓ ଓଡ଼ିଶା ପ୍ରଦେଶ ର ପ୍ରଭୁତ କ୍ଷତି ହେବାକୁ ଯାଉଛି ।
ଆମ ଖଣିଜ ସମ୍ପଦ ରେ ଆମ ଅଧିକାରକୁ ଠପ୍ କରି ଦିଆଯାଇଛି । ଆମ ଖଣିଜ ସମ୍ପଦକୁ ନେଇ ଆମର ପ୍ରତ୍ୟେକ ଓଡ଼ିଆ ଗର୍ବ କରେ । କିନ୍ତୁ ଏମଏମଡ଼ିଆର ସଂଶୋଧିତ ଆଇନ ଦ୍ୱାରା କେନ୍ଦ୍ର ସରକାର ଆମ ଗର୍ବ ଓ ସ୍ୱାଭିମାନକୁ ଚୋରାଇ ନେଇଛନ୍ତି । ଏହି ଆଇନିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ପ୍ରତ୍ୟେକ ଓଡ଼ିଆ ଦାବି କରୁଛି । ଏଥିରେ ସରକାର ରାଜି ହୋଇ ପାରିତ ଆଇନିକୁ ପ୍ରତ୍ୟାହାର ନକଲେ ଆଗାମି ଦିନରେ ଦଳମତ ନିର୍ବିଶେଷରେ ଓଡ଼ିଶା ରେ ଏକ ଗଣ ଆନ୍ଦେଳନ ମୁଣ୍ଡ ଟେକିବ – ଅବସରପ୍ରାପ୍ତ ଶିକ୍ଷକ ତଥା ଗିତିକବି କୁଂଜ ବିହାରି ପାଣି
କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ଭାବରେ ଏମଏମଡ଼ିଆର ଆଇନ ସଂଶୋଧନ କରି ଓଡ଼ିଶା ବାସୀଙ୍କ ଅଧିକାରକୁ ଖଣିଜ ସମ୍ପଦ ରୁ ଛଡ଼େଇ ନେଇଛନ୍ତି । ଏକ ସଂଯୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ । ଜଣେ ସଚେତନ ନାଗରିକ ଭାବରେ ଆମେ ଏହାର ତିବ୍ର ବିରୋଧ କରୁଛୁ । ଖଣିଜ ସମ୍ପଦ ରେ ଓଡ଼ିଆଙ୍କ ଓ ଓଡ଼ିଶା ସରକାରଙ୍କ ପୂର୍ବରୁ ଥିବା ଅଧିକାର କୁ ଅତୁଟ ରଖିବା ପାଇଁ ପ୍ରତ୍ୟେକ ସ୍ତର ରେ ଜନ ଜାଗରଣ ହେବ । ଆଇନି ପ୍ରତ୍ୟାହାର ନହେଲେ ଦଳମତ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଆ ଖଣିଜ ସମ୍ପଦରେ ହକ୍ ପାଇଁ ରାଜ ରାସ୍ତାକୁ ବାହାରିବେ । କାରଣ ପ୍ରତ୍ୟେକ ଓଡ଼ିଆ ର ପେଟ ପାଟଣାର ସହିତ ଖଣିଜ ସମ୍ପଦ ର ସମ୍ପର୍କ ରହିଛି – ଗାଳ୍ପିକ ନରୋତମ ପରିଡ଼ା
ବିକଶିତ ଓଡ଼ିଶା ସହିତ ଖଣିଜ ସମ୍ପଦ ର ଗଭୀର ସମ୍ପର୍କ ରହିଛି । କିନ୍ତୁ କେନ୍ଦ୍ର ସରକାର ଏମଏମଡ଼ିଆର ଆଇନ ସଂଶୋଧନ କରି ଖଣିଜ ସମ୍ପଦ ରେ ଆମ ଅଧିକାରକୁ ସଂକୁଚିତ କରିଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ମୁଁ ଦୃଢ଼ ପ୍ରତିବାଦ କରୁଛି । ଖଣିଜ ସମ୍ପଦର ସୁ ବିନିଯୋଗ ହେଉ , ରାଜ୍ୟ ତଥା ଦେଶ ବିକଶିତ ହେଉ । ତା ସହିତ ଆମ ଖଣିଜ ସମ୍ପଦରେ ଥିବା ଆମ ଅଧିକାର ଆମ ସ୍ୱାଭିମାନ ଭାବରେ ଅତୁଟ ରହୁ । ଏହା ମୋହର ଦାବି – ଯୋଗ ଗୁରୁ ଦେବ କୁମାର ପାଣି
ଏକମଏମଡ଼ିଆର ସଂଶୋଧନ ଆଇନ ସାମୁହିକ ଭାବରେ ଓଡ଼ିଶା ପ୍ରଗତିର ପରିପନ୍ଥି । ଏହି ଆଇନ କୁ
ଅଗଣତାନ୍ତି୍ରିକ ଭାବରେ ପାର୍ଲାମେଂଟରେ ପାରିତ କରାଯାଇଛି । ଖଣିଜ ସମ୍ପଦ ଉପରେ ଥିବା ଅଧିକାର ଓଡ଼ିଶା ସରକାର ଓ ଓଡ଼ିଆଙ୍କ ର କମିଛି । ଓଡ଼ିଶାର ସ୍ୱାର୍ଥ ବିରୋଧି ଏମଏମଡ଼ିଆର ସଂଶୋଧନ ଆଇନ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରୁଛି – ବରିଷ୍ଠ ସାମ୍ବାଦିକ ନବଘନ ନାୟକ
ଓଡ଼ିଶା ରେ ଥିବା ଖଣି ଖାଦାନ ର ଅସ୍ତିତ୍ୱ ଆଗାମି ଦିନରେ ଲୋପ ପାଇଯିବ । କାରଣ ଖଣିଜ ସମ୍ପଦର ସୁପରି ଚାଳନା ହେଉନାହିଁ । ବିଭିନ୍ନ ପ୍ରକ୍ରିୟାରେ ସରକାରୀ ଓ ବେସରକାରୀ ଭାବରେ ଖଣି ଓ ଖଣିଜ ସମ୍ପଦ ଲୁଟ କରାଯାଉଛି । ଖଣିଜ ସମ୍ପଦ ଉପରେ ଥିବା ଆମର , ଓଡ଼ିଶା ସରକାରର ସାମାନÿ୍ୟ ଅଧିକାରକୁ ମଧ୍ୟ ଏମଏମଡ଼ିଆର ଆଇନ ସଂଶୋଧନ ବଳରେ କେନ୍ଦ୍ର ସରକାର ଓଡ଼ିଶା ର ସ୍ୱାଭିମାନ ଉପରେ ଆଂଚ ଆଣିଛନ୍ତି ।
ଖଣିଜଭରା ଓଡ଼ିଶା ର ଅସ୍ତିତ୍ୱକୁ ଲୋପ କରିବା ପାଇଁ କେନ୍ଦ୍ର ସରକାର ଆଇନ ରେ ସଂଶୋଧନ କରିବା ସହିତ ବିଭିନ୍ନ ଚକ୍ରାନ୍ତ ମଧ୍ୟ କରୁଛନ୍ତି । ଓଡ଼ିଶା ର ଖଣିଜ ସମ୍ପଦ୍କୁ ଶଗ ମାଛ ଦର ରେ ଆନ୍ତ ରାଷ୍ଟ୍ରିୟ କମ୍ପାନୀକୁ ବିକି ଦେଉଛନ୍ତି । ଅଳ୍ପ କେତେଟା ବର୍ଷରେ ଓଡ଼ିଶା ର ଖଣିଜ ସମ୍ପଦ ସମ୍ପୂର୍ଣ୍ଣ ଭାବରେ ଲୋପ ହୋଇ ଯିବ । ଏ ସମୟ ଆଉ ଡ଼େରି ନାହିଁ । ଆମ ଖଣିଜ ସମ୍ପଦକୁ ଆମରି ରାଜ୍ୟରେ ଶିଳ୍ପ କାରଖାନା ପ୍ରତିଷ୍ଠା କରି ତାହାର ସଦ ବିନିଯୋଗ କରାଯାଇ ପାରିଲେ ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ନିଯୁକ୍ତି ପାଇବେ ଓ ବିକଶିତ ଓଡ଼ିଶା ସାକାର ହେବ । ତେଣୁ ଏମଏମଡ଼ିଆର ଆଇନକୁ ପ୍ରତ୍ୟାହାର କରିବା ପାଇଁ ମୁଁ ଦୃଢ଼ ଦାବି କରୁଛି –ସାମାଜିକ କର୍ମୀ ନବାବ କୁମାର ପଣ୍ଡା
ଏକତରଫା ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏମଏମଡ଼ିଆର ସଂଶୋଧନ ଆଇନ ଦେଶର ସଂଘିୟ
ବ୍ୟବସ୍ଥା ଉପରେ ଆକ୍ରମଣ କହିଲେ ଭୁଲ ହେବ ନାହିଁ । ଏହି ଆଇନ ଦ୍ୱାରା ଓଡ଼ିଶାର ପ୍ରଭିତ ଆର୍ଥିକ କ୍ଷତି ଏହବାକୁ ଯାଉଛି । ସରକାର ଏଥିରୁ କ୍ଷାନ୍ତ ରୁହନ୍ତୁ – ସମାଜସେବୀ ସୁଧିର ଚନ୍ଦ୍ର ସାମଲ

ଏମଏମଡ଼ିଆର ଆଇନ ଓଡ଼ିଶା ର ସ୍ୱାର୍ଥ ବିରୋଧି । ଓଡ଼ିଶା ଖଣିଜ ସମ୍ପଦ ଉପରେ ଓଡ଼ିଶା ସରକାର ଓ ଓଡ଼ିଆଙ୍କ ଅଧିକାରକୁ କୁଠାରଘାତ କରାଯାଇଛି । ଏହି ଆଇନ ପ୍ରତ୍ୟାହାର ନହେଲେ ଗଣ ଆନ୍ଦୋଳନ ହେବ – ବିଜୟ କୁମାର ନାୟକ, ସ୍ୱେଛାସେବୀ
