ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ଜରୁରୀ ବୈଠକ ।

ସାମ୍ବାଦିକ ମାନଙ୍କ ସମସ୍ୟାକୁ ନେଇ ୨୯ରେ ପୁରୀରେ ହେବ ବିକ୍ଷୋଭ ଶୋଭାଯାତ୍ରା ।

ନିମାପଡ଼ା ୧୯/୦୪/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ବିଭିନ୍ନ ଦାବି ପୂରଣ ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଥିବା ବେଳେ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଶୋଭାଯାତ୍ରା ସହ ଏକ ଛଅ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିବା ବେଳେ ପୁରୀ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ  ରବିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସଂଘର ନିମାପଡ଼ା ଜୋନର କର୍ମକର୍ତ୍ତା ମାନଙ୍କୁ ନେଇ ନିମାପଡ଼ା ପ୍ରେସ କ୍ଲବ୍ କାର୍ଯ୍ୟାଳୟରେ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟର ସାମ୍ବାଦିକଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବାପା ମାନଙ୍କ ନାମକୁ ସଂଯୋଗ କରିବା , ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପାଞ୍ଚ ଲକ୍ଷରୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା , ରାଜ୍ୟରେ ସାମ୍ବାଦିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି  ରାଜ୍ୟରେ ପ୍ରେସ କାଉନିଲ ଗଠନ ଆଦି ଛଅ ଦଫା ଦାବି ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବା ସହ ସାମ୍ବାଦିକଙ୍କ ସ୍ୱାର୍ଥ ରକ୍ଷା ଓ ଦାବି ପୂରଣ ଦିଗରେ ସରକାର ଚୁପ୍ ରହିବାକୁ ନେଇ କ୍ଷୋଭ ପ୍ରକାଶ ପାଇଥିଲା । ସାମ୍ବାଦିକ ମାନଙ୍କ ଦାବି ପୂରଣ ପାଇଁ ଆସନ୍ତା ୨୯ ତାରିଖ ରେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ମିଳିତ ହୋଇ ପୁରୀ ସୁବାସ ବୋଷ ଛକ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଥିଲା ।

ଏହି ବୈଠକରେ ପୁରୀ ଜିଲ୍ଲା ସଭାପତିଙ୍କ ବ୍ୟତୀତ ଜିଲ୍ଲା କାର୍ଯ୍ୟକାରୀ ସଭାପତି କମଳ ଲୋଚନ ଦୀକ୍ଷିତ ,ଉପସଭାପତି ସଞ୍ଜୟ ପତି , ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ରାଉତ , ଜିଲ୍ଲା ସଂଘ ଉପଦେଷ୍ଟା ବିଚିତ୍ରାନନ୍ଦ ସାହୁ, ଅକ୍ଷୟ ବେହେରା , ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ପାଦକ ରମାକାନ୍ତ ବେହେରା , ସଂଘର ବରିଷ୍ଠ ସଦସ୍ୟ ଭଗବତ୍ ସ୍ୱାଇଁ , ସନ୍ତୋଷ ବରାଳ , ବିଶ୍ୱଜିତ୍ ମିଶ୍ର , ପ୍ରଦ୍ୟୁମ୍ନ ବେହେରା , ସୁଦର୍ଶନ ବେହେରା , ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *