ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ୍ୱର,୩୧/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଭାବେ ନିଜ କାର୍ଯ୍ୟକାଳର ଶେଷ କାର୍ଯ୍ୟ ଦିବସରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ତାଙ୍କ ସହଧର୍ମିଣୀ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଆରତୀ ଆହୁଜାଙ୍କ ସହିତ ବୁଧବାର ଦିନ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି  ।

ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ମଧ୍ୟ ଏହି ସାକ୍ଷାତ ସମୟରେ ଉପସ୍ଥିତ ଥିଲେ ।

ଏହି ସାକ୍ଷାତ ଅବସରରେ ରାଜ୍ୟର ପ୍ରଶାସନିକ ଅଗ୍ରଗତି ଏବଂ ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳରେ ନିଆଯାଇଥିବା ପ୍ରମୁଖ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଶ୍ରୀ ଆହୁଜାଙ୍କ ଓଡ଼ିଶା ପ୍ରତି ସେବାମୂଳକ କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିବା ସହ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ।

ମୁଖ୍ୟ ଶାସନ ସଚିବ ଭାବରେ ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳରେ ଦକ୍ଷ ଶାସନ, କଲ୍ୟାଣକାରୀ ଯୋଜନାର ସମୟୋଚିତ କାର୍ଯ୍ୟାନ୍ୱୟନ ଏବଂ ଦୃଢ଼ ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ତାଙ୍କର ସମନ୍ୱିତ ଆଭିମୁଖ୍ୟ ଏବଂ ଉନ୍ନତ ସେବା ଯୋଗାଣ ଉପରେ ଗୁରୁତ୍ୱ ସ୍ଥାୟୀ ଶାସନ ସଂସ୍କାର ଏବଂ ବିକାଶମୂଳକ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସହାୟକ ହୋଇଥିଲା।

-0-

ଐଶ୍ୱର୍ଯ୍ୟା ସାମନ୍ତ ,ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *