ପ୍ରଶାସନିକ ଅଧିକାରୀଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୮/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଲାହାଖଣ୍ଡ ଭରତପୁରର ଜମିଦାର ପରିବାର ଅବସରପ୍ରାପ୍ତ ଯୁଗ୍ମଶାସନ ସଚିବ ତଥା ଓଡିଶା ସଚିବାଳୟ ସେବା ସଂଘର ପ୍ରାକ୍ତନ ସଭାପତି ମନୋରଞ୍ଜନ ଦାସଙ୍କ ଧର୍ମପତ୍ନୀ ସମାଜସେବୀ ସ୍ନେହଲତା ଦାସଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଭରତପୁରସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ରବିବାର ଅନୁଷ୍ଠିତ ହୋଇଯାଇଛି ।

ଏହି ଉପଲକ୍ଷେ ଶିକ୍ଷାବିତ ସୁଘୋଷ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ତମ୍ବକାର ଡ. ସର୍ବେଶ୍ୱର ସେଣ, ଆଇନଜୀବୀ ସରୋଜ କୁମାର ଦାସ, ଅତିରିକ୍ତ ଶାସନ ସଚିବ ନିରଞ୍ଜନ ଦାସ, ଅଧୀକ୍ଷଣ ଯନ୍ତ୍ରୀ ଇଂ ଦୁର୍ଗା ଚରଣ ମିଶ୍ର, ପ୍ରାକ୍ତନ ଅନୁଶାସନ ସଚିବ ପ୍ରମୋଦ କୁମାର ଶତପଥୀ, ପ୍ରାକ୍ତନ ଉପଶାସନ ସଚିବ ଗୌରପ୍ରସାଦ ଦାସ, ତାପସ କୁମାର ସାହୁ, ଶୁଶ୍ରୁଷା ସ୍ୱେଛାସେବୀ ଅନୁଷ୍ଠାନର ପ୍ରାକ୍ତନ ସମ୍ପାଦକ ମମତା ବିଶ୍ୱାଳ, ପ୍ରଜ୍ଞା ଫାଉଣ୍ଡେସନର ପ୍ରାକ୍ତନ ସଂଚାଳକ ଭାଗିରଥି ପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଦାସଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପ୍ରାରମ୍ଭରେ ସ୍ୱର୍ଗତା ସ୍ନେହଲତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ଚରଣ ପାତ୍ର, ଲକ୍ଷ୍ମୀ ପ୍ରସାଦ ଭୂୟାଁ, ପିତାମ୍ବର ବିଶ୍ୱାଳ, ହେମନ୍ତ ମିଶ୍ର, ସଚିବାଳୟ ସେବା ସଂଘ ଉପସଭାପତି ପ୍ରଦୀପ କୁମାର ରାଉତ, ତନୁଜ ଦାସ, ଚିତରଞ୍ଜନ ହୋତା, ଅଜୟ କୁମାର ଦାସ ପ୍ରମୁଖ ଓଡିଶା ସଚିବାଳୟର ବିଭିନ୍ନ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ସମେତ ପ୍ରବୋଧ କୁମାର ଦାସ, ପ୍ରଧାନ ଶିକ୍ଷକ ଶୁଭାଂଶୁ ଦାସ, ଶୁକାନ୍ତ ଦାସ, ବିଜୟ କୁମାର ଦାସ, ସୁନିଲ ଦାସ, କରୁଣାକର ଦାସ, ପ୍ରଦୀପ ଦାଶ, ଅମର ପ୍ରସାଦ ରାଉତ, ନୃସିଂହ ତ୍ରିପାଠୀ, କବିତା ମୁଦୁଲି, ସ୍ୱପ୍ନାଂଶୁ ଦାସ, ସୁଧାଂଶୁ ଦାସ, ମାୟାଧର ବସନ୍ତିଆ, କେଦାରନାଥ ଜେନା, ଭାରତୀ ଜେନା, ବଂଶୀଧର ମହାନ୍ତି ପ୍ରମୁଖ ୫ଶହରୁ ଅଧିକ ଲୋକ ଯୋଗଦେଇ ସ୍ୱର୍ଗତା ଦାସଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି ସେ ଶୁଶ୍ରୁଷା ସ୍ୱେଛାସେବୀ ଅନୁଷ୍ଠାନର ସଭାପତି ଭାବେ ଭୁବନେଶ୍ୱର ତଥା ଆଖପାଖ ଅଂଚଳରେ ସେବା ଓ ତ୍ୟାଗର ଯେଉଁ ନିଦର୍ଶନ ସୃଷ୍ଟି କରିଦେଇ ଯାଇଛନ୍ତି ତାର ପଟାନ୍ତର ନାହିଁ ବୋଲି ବକ୍ତବ୍ୟ ରଖିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *