ନିମାପଡ଼ାରେ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା

ନିମାପଡ଼ା ୧୭/୦୫/୨୦୨୫ (ଓଡ଼ିଶା ସମାଚାର)-  ଅପରେସନ ସିନ୍ଦୁରର ସଫଳତା ପରେ ସୈନ୍ୟବାହିନୀର ବୀର ଗାଥାକୁ ଜନମାନସରେ ଉଦଜିବିତ କରି ରଖିବା ପାଇଁ ଆଜି ନିମାପଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତିନି ସୈନ୍ୟବାହିନୀର ବୀର ଯବାନମାନଙ୍କୁ  ସମ୍ମାନ ଜଣାଇ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ହାଟଛକସ୍ଥିତ  ପୂର୍ଣ୍ଣେଶ୍ବର ମନ୍ଦିରରୁ ବାହାରି ବଡବଜାର ଦେଇ ଦିଘାଳୋସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିରରେ ପହଞ୍ଚିଥିଲ।

ସୈନ୍ୟବାହିନୀର ସୈନିକ ମାନେ ନିଜ ସୀମା ଭିତରେ ରହି ପାକିସ୍ଥାନ ଉପରେ  ଯେଭଳି ଶକ୍ତ ପ୍ରହାର କରିଛନ୍ତି ତାହାକୁ କେନ୍ଦ୍ରକରି ସାରା  ବିଶ୍ବରେ ଚହଳ ସୃଷ୍ଟି କରିଛି।ଦେଶ ତଥା ରାଜ୍ୟ ବାସିଙ୍କ  ମନରେ ଦେଶପ୍ରେମ ଜାଗ୍ରତ କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ  ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ତରେଇ,ବିଶ୍ବ ହିନ୍ଦୁ ପରିଷଦର ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ,ଡିଏସଡବ୍ଲୁ ତନୁପ୍ରଭା ବେଉରା,ସିଡିପିଓ ମାଧବି ମହାପାତ୍ର, ସଂସଦ ପ୍ରତିନିଧି ପୁର୍ଣ ଚନ୍ଦ୍ର ଓଝା, ମିନଲତା ମହାନ୍ତି,ଏନ୍ ଏ ସି ଅଧ୍ୟକ୍ଷ ସସ୍ମିତା ସାହୁ, କାଉନସିଲର ଧନୁର୍ଦ୍ଧର ଦାସ, ନିମାପଡ଼ା ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପିତା ରାଜଗୁରୁ, ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀ, ତହସିଲଦାର ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *