କେନ୍ଦ୍ରାପଡ଼ା, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର-ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୦ତମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରବିବାର ବିଲ୍ୱବରଣ, ସୋମବାର ଅଷ୍ଟୋତର ଶତ କଳସ ଯାତ୍ରା ଓ ଜଳାଭିଷେକ ଓ ନବପତ୍ରିକା ପ୍ରବେଶ କରାଯାଇଥିବା ବେଳେ ମଙ୍ଗଳବାର ମହାଷ୍ଟମୀ ପୂଜା ଓ ଚଣ୍ଡୀପାଠ ସହିତ ମଧ୍ୟରାତ୍ରରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ମହାନବମୀ ପୂଜା, ଚଣ୍ଡୀପାଠ, ୧୦୮ ଦୀପଦାନ, କୁମାରୀ ପୂଜା ଓ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଯାଇଛି । …
Read More »Recent Posts
କେନ୍ଦ୍ରାପଡା ଜିଲ୍ଲାରେ ଗୋ ସମ୍ପଦର ବିକାଶ ପାଇଁ ରାଇଡର ପ୍ରୟାସ
କେନ୍ଦ୍ରାପଡ଼ା, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)-ସ୍ୱେଛାସେବୀ ଅନୁଷ୍ଠାନ ‘ରାଇଡ’ ଏବଂ ନାବାର୍ଡର ସହଯୋଗରେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମେହେନ୍ଦିନଗର ଗ୍ରାମପଂଚାୟତରେ ଏକ ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ‘ରାଇଡ’ର ସମ୍ପାଦକ କିଶୋର କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡା. ଦିପ୍ତି ମହାପାତ୍ର, ମୁଖ୍ୟବକ୍ତା ଭାବେ ନାବାର୍ଡର ଜିଲା ଉନ୍ନୟନ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପଶୁ ସମ୍ପଦ ଅଧିକାରୀ ଡା. …
Read More »ମହାଗୌରୀ ବେଶରେ ଦର୍ଶନ ଦେଲ ମା ବନଦୁର୍ଗା
ଖୋର୍ଦ୍ଧା, ୨୯/୦୩/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଠାରେ ଜଗଜ୍ଜନନୀ କଲ୍ୟାଣମୟୀ ମା ବନଦୁର୍ଗାଙ୍କ ପୀଠରେ ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ଅଷ୍ଟମ ଦିବସରେ ମା ମହାଗୌରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ମଙ୍ଗଳ ଆଳତି, ବାଳଭୋଗ ସକାଳ ଧୂପ, ତ୍ରିଦିବସୀୟ ଯଜ୍ଞର ଦ୍ବିତୀୟ ଦିବସରେ, ସୂର୍ଯ୍ୟ ପୂଜା, ଦେବାଦେବୀଙ୍କ ପୂଜନ ଓ ହବନ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତୀ ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । …
Read More »