Friday , February 3 2023

Recent Posts

ଗରଦପୁରରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଜନ ଶୁଣାଣି ଶିବିର

ଗରଦପୁର, ୨୪/୦୧/୨୦୨୩ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଶିବିରରେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଅଧ୍ୟକ୍ଷତା କରି ଶତାଧିକ ଜନ ସାଧାରଣଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ଏଥିରେ ଜିଲା ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ରକୁମାର ପଣ୍ଡା , ଅତିରିକ୍ତ ଏସପି ହରେଶ ପାଣ୍ଡେ, ବିଡ଼ିଓ ଧର୍ମ ରଂଜନ ପଣ୍ଡା , ଅଧ୍ୟକ୍ଷ ଅଭୟ କୁମାର ମହାରାଜ, ତହସିଲଦାର ମହେଶ୍ୱର ବେହେରା ପ୍ରମୁଖ ମଂଚାସିନ ରହି ଜିଲାପାଳଙ୍କୁ …

Read More »

ମହାନଦୀ ବିହାର କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ

କଟକ,୨୪/୦୧/୨୦୨୩ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ୪୭ନମ୍ବର ୱାର୍ଡ ସ୍ଥିତ ମହାନଦୀବିହାର ଡେଭଲପମେଣ୍ଟ ଆସୋସିଏସନ ପରିସରରେ ମହାନଦୀବିହାର କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ ହୋଇଯାଇଛି । ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏବଂ କଟକ ସଦର ପଂଚାୟତ ସମିତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି କମ୍ୟୁନିଟି ସେଣ୍ଟରଟି ନିର୍ମିତ ହୋଇଇଛି । ଏହି ଶୁଭ ଉଦଘାଟନୀ ଅବସରରେ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ବାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ …

Read More »

ଜମଲାଗ୍ରାମ ରେ ମାଗଣା ମେଗା ସ୍ବାସ୍ଥ୍ୟ ସେବା ଶିବିର   

  ବରଗଡ, ୨୪/୦୧/୨୦୨୩ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)- ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ଉପଲକ୍ଷେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ତରଫ ରୁ ରାମ ବାଜପେୟୀ ଙ୍କ ନେତୃତ୍ୱରେ ଏକ ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଜମଲା ସରପଞ୍ଚ ଐଶ୍ୱର୍ୟା ପାଣିଗ୍ରାହୀ ଓ ସମିତି ସଭ୍ୟା ପ୍ରତିନିଧି …

Read More »