Friday , February 3 2023

Recent Posts

ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ସମୀକ୍ଷା ବୈଠକ

ନିରାକାରପୁର, ୨୪/୦୧/୨୦୨୩ (ଓଡ଼ିଶା ସମାଚାର)- ଆଜି ଖୋର୍ଦ୍ଧା ଜିଲ୍ଲା  ‌‌ଭୂ‌‌ଷଣ୍ଡପୁର ଗ୍ରାମପଂଚାୟତ ଠାରେ ଭୂଷଣ୍ଡପୁର ସରପଞ୍ଚ ଶ୍ରୀ ସୌରଭ କୁମାର ଦାସମହାପାତ୍ର ଙ୍କ ଅଧ୍ୟକ୍ଷତାରେ ପଂଚାୟତ ର ସମସ୍ତ ବିଭାଗ କୁ ନେଇ ଏକ ସମୀକ୍ଷା ବୈଠକ ବସିଥିଲା । ଏଥିରେ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ, ସ୍ୱୟଂସହାୟକ ଗୋଷ୍ଟୀ ର ସିଆରପି ଓ ଏମବିକେ, କୃଷିଅଧିକାରୀ ଓ ପଂଚାୟତ ର ସଭ୍ୟ /ସଭ୍ୟା ମାନେ ଉପସ୍ଥିତ ରହି ଅଂଚଳ ର ବିଭିନ ସମସ୍ୟା ବିଷୟରେ ଆଲୋଚନା …

Read More »

କିଶନ ନଗର  ତହସିଲରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ପ୍ରହସନ ରେ ପରିଣତ –

ଗଣମାଧ୍ୟମକୁ ଉପେକ୍ଷା, ପ୍ରଚାର ପ୍ରସାର ଅଭାବ ଯୋଗୁ ଅଭିଯୋଗକାରୀ ଅଭିଯୋଗରୁ ବଞ୍ଚିତ- କଟକ ସଦର, ୨୪/୦୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ମଙ୍ଗଳବାର ଦିନ କିଶନନଗର ତହସିଲରେ ଜିଲ୍ଲାପାଳ ଡ଼ ଭବାନୀ ଶଙ୍କର ଚଇନିଙ୍କର ଜନଶୁଣାଣି କାର୍ଯ୍ୟକ୍ରମ ଥିବା ବେଳେ ପ୍ରଚାର ପ୍ରସାରର ଅଭାବ ସହିତ ଗଣମାଧ୍ୟମକୁ ଉପେକ୍ଷା ଯୋଗୁଁ ଜନଶୁଣାଣୀ ପ୍ରହସନ ରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି। ସେଥିରେ ବହୁ ଅଭିଯୋଗକାରୀ ଜାଣି ନପାରି ଅଭିଯୋଗରୁ ବଞ୍ଚିତ ହୋଇଥିବାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। …

Read More »

ଜାତୀୟ କନ୍ୟା-ସନ୍ତାନ ଦିବସ ପାଳିତ

ଯାଜପୁର,୨୪/୦୧/୨୦୨୩ (ଓଡ଼ିଶା ସମାଚାର)- ଜିଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଯାଜପୁର ତରଫରୁ ବୈଦ୍ୟରାଜପୁର ନୋଡାଲ ଉ.ପ୍ରା ବିଦ୍ୟାଳୟ ପରିସରରେ ଆଜି ଜାତୀୟ କନ୍ୟାସନ୍ତାନ ଦିବସ ୨୦୨୩ ପାଳିତ ହୋଇଯାଇଛି । ବାଳିକାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ମୁଖ୍ୟ ବିଷୟ, ‘ବାଳିକାମାନଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ଦେବାର ଆବଶ୍ୟକତା” ଭିତିରେ ଆଜିର ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ ଆଲୋଚନା ପର୍ଯ୍ୟବେସିତ ହୋଇଥିଲା । ଏଥିରେ ଯାଜପୁର ଜିଲାର ୧୦ଟି ବିଦ୍ୟାଳୟର ୬୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଆୟୋଜିତ …

Read More »