Sunday , October 1 2023

Recent Posts

ଜିଲା ଚିକିତ୍ସାଳୟ ପଛ ଫାଟକ ଖୋଲିବା ଦାବି – ମୁଖ୍ୟ ଫାଟକରେ ତାଲା ପକାଇଲେ ମହିଳା

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୮ନମ୍ବର ୱାର୍ଡର ଶତାଧିକ ମହିଳା ଶନିବାର ସକାଳେ ଜିଲା ମୁଖ୍ୟ ଚିକିତ୍ସାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଫାଟକ ଆଗରେ ବହୁ ସମୟଧରି ବସି ରହିଥିଲେ । ସେମାନଙ୍କ ଦାବିଥିଲା ଜିଲା ମୁଖ୍ୟ ଚିକିତ୍ସାଳୟ ପଛ ପାଖରେ ତାଙ୍କ ୱାର୍ଡକୁ ଯିବା ଆସିବା ପାଇଁ ଗୋଟିଏ ଛୋଟ ଫାଟକ ଥିଲା । ଏହି ଫାଟକରେ ଡାକ୍ତରଖାନା ପକ୍ଷରୁ ତାଲା ପକାଇ ଦିଆଯିବାରୁ ତାଙ୍କ ୱାର୍ଡର ରୋଗୀମାନେ କେନ୍ଦ୍ରାପଡା ଡାକ୍ତରଖାନାକୁ ପ୍ରାୟ ଏକ କି.ମି. ବୁଲାଣି ରାସ୍ତାଦେଇ …

Read More »

ଜିଲାପାଳଙ୍କୁ ଭେଟିଲେ ଜାପାନ ଯାଉଥିବା ରଗବୀ ଖେଳାଳି

କେନ୍ଦ୍ରାପଡା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ଜାପାନର ଟୋକିଓଠାରେ ଚଳିତ ମାସ ୨୩ ତାରିଖରେ ହେବାକୁ ଥିବା ରଗବୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ କେନ୍ଦ୍ରାପଡା ଅରୁଆ କଦଳୀବଣ ହରିହରାନନ୍ଦ ବାଳାଶ୍ରମର ଛାତ୍ରୀ ମନୋନୀତ ହୋଇଛନ୍ତି । ସୋସାଇଟି ଜେନେରାଲ କିଟସ୍ ରଗବୀ ସ୍ପରିଟ ଫେଷ୍ଟିଭାଲ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ ଛାତ୍ରୀ ମାଣ୍ଡୁଇ ସଏ ଚଳିତ ମାସ ୨୨ ତାରିଖରେ ଟୋକିଓ ଯାତ୍ରା କରିବେ  । ଏ ନେଇ ଛାତ୍ରୀ ଜଣକ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଯାତ୍ରା ବିଷୟରେ ଆଲୋଚନା …

Read More »

ସ୍ୱୟଂସହାୟକ ଗୋଷ୍ଠୀକୁ ମତ୍ସ୍ୟ ଚାଷ ପ୍ରଶିକ୍ଷଣ

ନାଉଗାଁ,୨୦/୧୦/୨୦୧୯(ଓଡ଼ିଶା ସମାଚାର)-ନାଉଗାଁ ବ୍ଲକ ଅନ୍ତର୍ଗତ ଗଜରାଜପୁର ପଂଚାୟତ କାର୍ଯ୍ୟାଳୟ ଠାରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ଏକ ମତ୍ସ୍ୟ ଚାଷ ସଂକ୍ରାନ୍ତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥିଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ସମ୍ମାନିତ ଅତିଥିଭାବେ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ସିଡିପିଓ ରାଶେଶ୍ୱରୀ ମହାନ୍ତି, ଗଜରାଜପୁର ସରପଞ୍ଚ ରଶ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳାଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ମାଛ ଚାଷ ତାଲିମ ସହ କିପରି ଅଧିକ ରୋଜଗାର କ୍ଷମ ଓ ସ୍ୱାବଲମ୍ବୀ …

Read More »