Sunday , October 1 2023

Recent Posts

ଦଶନ୍ତପୁରରେ ପରବର ପ୍ରସ୍ତୁତି ବୈଠକ

ଦଶମନ୍ତପୁର, ୨୧/୧୦/୨୦୧୯(ଓଡ଼ିଶା ସମାଚାର)-ଦଶମନ୍ତପୁର ବ୍ଲକ ସଭାଗୃହରେ ବ୍ଲକ ଉପଦେଷ୍ଟା ନାରାୟଣ ବିଷୋୟୀଙ୍କ ଅଧ୍ୟକ୍ଷତାରେ ପରବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ଜିପିଇଓ ସଭାପତିତ୍ୱ କରିଥିଲେ । ତହସିଲଦାର ଅଜୟ ପ୍ରକାଶ ତିର୍କୀ, ଏଇ ଦାଶରଥି ମୂର୍ମୁ, ଜିଲା ପରିଷଦ ସଭ୍ୟା ମମତା କୁଳଦୀପ, ସିଡିପିଓ ନମିତା ପଣ୍ଡା, ତାପୟ ରାୟ, ବେଣୁଧର ପାତ୍ର, ଅତୁଲ ନାୟକ, ସମିତି ସଭ୍ୟ, ସରପଂଚ,ଜେଇ, ଜିଆରଏସଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପ୍ରତି ପଂଚାୟତରୁ ପିଇଓ, ସରପଂଚ, ସମିତିସଭ୍ୟ …

Read More »

କ୍ୟାବିନେଟ୍ ବୈଠକ ଆଜି

ଭୁବନେଶ୍ୱର,୨୧/୧୦/୨୦୧୯(ଓଡ଼ିଶା ସମାଚାର)-ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଆଜି ସନ୍ଧ୍ୟା ୫ ଟା ୪୫ ମିନିଟ୍ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ ବୈଠକ ବସିବ । ବିଜେପୁର ନିର୍ବାଚନ ଭୋଟ୍ ସରିବା ପରେ ଏହି ବୈଠକ ବସିବାକୁ ଥବବାବେଳେ ଏଥିରେ କିଛି ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ରାଜ୍ୟ ସରକାର କିଛି ବଡ଼ ଘୋଷଣା କରିପାରନ୍ତି । ଓଡ଼ିଶା ସମାଚାର

Read More »

୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି – ସକାଳ ୯ ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୧/୧୦/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆଜି ସକାଳ ୭ ଟାରୁ ୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି । ସକାଳ ୯ ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ରୁ ସୂଚନା ମିଳିଛି । ଏହି ଉପ ନିର୍ବାଚନରେ ମୋଟ ୫ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ପ୍ରକୃତ ପକ୍ଷେ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେବ । ଶାସକ ବିଜେଡ଼ି ର ରୀତା ସାହୁ, ବିଜେପି …

Read More »