Sunday , September 24 2023
Breaking News

Recent Posts

ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳିବେନି

 ଭୁବନେଶ୍ୱର,୧୫/୧୦/୨୦୧୯ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ଜନ୍ମଦିନ ପାଳିବେନି । ନିକଟରେ ବାତ୍ୟା ‘ଫନୀ’ ଯୋଗୁ ରାଜ୍ୟରେ ବହୁତ କ୍ଷତି ହୋଇଛି। ଏଣୁ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର। ଓଡ଼ିଶାବାସୀଙ୍କ ସ୍ନେହ ଏବଂ ଭଲପାଇବା ଯୋଗୁ ମୁଁ ଋଣି। ବୁଧବାର ଜନ୍ମଦିନ ଉପଲକ୍ଷେ ସାରା ରାଜ୍ୟରେ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହାକୁ ନେଇ ମୁଁ ବହୁତ ଖୁସି। ତେବେ …

Read More »

ଏସ୍.ଏମ୍ ବୈଦ୍ୟ ଆଇଓସିଏଲ ରିଫାଇନେରୀର ନୂତନ ନିର୍ଦ୍ଧେଶକ

ପାରାଦ୍ୱୀପ ୧୫/୧୦/୨୦୧୯ (ଓଡ଼ିଶା ସମାଚାର)-ଭାରତୀୟ ତୈଳ ନିଗମ ରିଫାଇନେରୀ)ର ନୂତନ ନିର୍ଦ୍ଧେଶକ ଭାବେ ଶ୍ରୀକାନ୍ତ ମାଧବ ବୈଦ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ବୈଦ୍ୟ ଚେନାଇ ପେଟ୍ରୋଲିୟମ କର୍ପୋରେସନ (ସିପିସିଏଲ୍) ଓ ୬୦ ଏମଏମଟିପିଏ ୱେଷ୍ଟ କୋଷ୍ଟ ରିଫାଇନେରୀ ଆଣ୍ଡ ପେଟ୍ରୋକେମିକାଲସ୍ ପ୍ରୋଜେକ୍ଟର ମଧ୍ୟ ନିର୍ଦ୍ଧେଶକ ଅଛନ୍ତି । ଶ୍ରୀ ବୈଦ୍ୟ ରାଉରକେଲାର ନ୍ୟାସନାଲ ଇନଷ୍ଟିଚୁ୍ୟଟ୍ ଅଫ ଟେକୋଲାଜି ରୁ କେମିକାଲ ଇଂଜିନିୟର ଡିଗ୍ରୀ ହାସଲ କରିଛନ୍ତି ଏବଂ ରିଫାଇନେରୀ ଓ ପେଟ୍ରୋକେମିକାଲ୍ସ କାର୍ଯ୍ୟକ୍ଷେତ୍ରରେ ତାଙ୍କର ଦୀର୍ଘ ୩୩ବର୍ଷର ଅଭିଜ୍ଞତା ଅଛି । …

Read More »

କେନ୍ଦ୍ରାପଡା ବିଧାୟକଙ୍କ ଚଉଦକୁଲାଟ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ

କେନ୍ଦ୍ରାପଡା୧୫/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଓ ଚନ୍ଦନପୁର ଗ୍ରାମପଂଚାୟତର ଚଉଦକୁଲାଟ,ଗୋଗୁଆ ପ୍ରଭୃତି ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ୧୦ଟି ପୂଜା ମଣ୍ଡପ ପରିଦର୍ଶନ କରିବା ସହିତ ମା’ଲକ୍ଷ୍ମୀଙ୍କ ଆର୍ଶିର୍ବାଦ  ଭିକ୍ଷା କରିଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ସହିତ ଜିଲ୍ଲାପାରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଯୁବନେତା ପ୍ରମୋଦ ପ୍ରଧାନ, ରାଜେଶ ପଣ୍ଡା, ପ୍ରଦୀପ ସାହୁ, ସନ୍ତୋଷ ବେହେରା, ସିରାଜ ଖାଁ, ଶରତ ସାମଲ, ମନୋଜ ପାତ୍ର, ଅଭିରାମ …

Read More »