Sunday , September 24 2023
Breaking News

Recent Posts

କଠିନ ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା

ବାଲିକୁଦା, ୧୭/୧୦/୨୦୧୯ (ଓଡ଼ିଶା ସମାଚାର)-ବାଲିକୁଦା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବୁଧବାର ଦିନିକିଆ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଂଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂସ୍ୱଚ୍ଛତାଗ୍ରାହୀମାନେ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷକ ଗଣେଶରାମ ପଣ୍ଡା ଏବଂ ନିମାଇଁ ସାସମଲ ପ୍ରଶିକ୍ଷଣ ଦେଇଥିଲେ । ଏହି ଅବସରରେ ବିଡିଓ କଲ୍ୟାଣୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିରିକ୍ତ ବିଡିଓ ଅଜୟକୁମାର ବେହେରା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ …

Read More »

କଲେଜିୟମ ଉଚ୍ଛେଦ ଦାବି ନେଇ ୨୧ଯାଏ ଓଡିଶା ହାଇକୋର୍ଟ ବାର ଆସୋସିଏସନ ଆନ୍ଦୋଳନ ଚାଲିବ

ଭୁବନେଶ୍ୱର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କଲେଜିୟମ ଉଚ୍ଛେଦ ଦାବି ନେଇ ଗତ ୧୪ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆସନ୍ତା ୨୧ତାରିଖ ଯାଏ ଚାଲିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି ।  ଆସୋସିଏସନର ସାଧାରଣ ଅଧିବେଶନ ବୈଠକରେ ଏହି ନିଷ୍ପତିି ହୋଇଛି । ସେପେଟ ଓଡ଼ିଶା ହାଇକୋର୍ଟଙ୍କ ପୂର୍ଣ୍ଣାଙ୍ଗ ଖଣ୍ଡପୀଠର ନୋଟିସ ସତ୍ୱେ ପଶ୍ଚିମଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ଦାବି ନେଇ ଆନ୍ଦୋଳନ ଜାରି ରହିଛି । ପ୍ରକାଶ ଥାଉକି  ଓଡ଼ିଶା ହାଇକୋର୍ଟଙ୍କ ୧୪ଜଣିଆ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଓକିଲଙ୍କ ଆନ୍ଦୋଳନକୁ …

Read More »

ଜଗତସିଂହପୁର : ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୧୭୫ୟୁନିଟ ରକ୍ତ ସଂଗ୍ରହ

ଜଗତସିଂହପୁର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ ଉପଲକ୍ଷେ ଜଗତସିଂହପୁର ବିଜେଡି ପକ୍ଷରୁ ସ୍ଥାନୀୟ ନିମାଇଁ ଭବନ(ଟାଉନ ହଲ ଠାରେ) ବୁଧବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲା ସଂଯୋଜକ ମଧୁସୂଦନ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଉଦଘାଟନ କରିଥିଲେ । ଏହି ଶିବିରରେ ସାଂସଦ ଡଃ. ରାଜଶ୍ରୀ ମଲ୍ଲିକ, ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ବେହେରା, ପୂର୍ବତନ …

Read More »