Thursday , March 30 2023
Breaking News

Recent Posts

୧୭୬୦ ପ୍ରାଥମିକ ସ୍କୁଲରେ ଝୁଲିବ ତାଲା

ଭୁବନେଶ୍ୱର,୨୯/୭/୨୦୧୯(ଓଡ଼ିଶା ସମାଚାର)-ପୁଣି ରାଜ୍ୟରେ ୧୭୬୦ଟି ପ୍ରାଥମିକ ବିଦ୍ୟାଳୟରେ ତାଲା ଝୁଲିବାକୁ ଯାଉଛି । ପୂର୍ବ ନିଷ୍ପତିି ଅନୁଯାୟୀ ଏହି ସ୍କୁଲଗୁଡ଼ିକ ଏକ କିଲୋମିଟର ଅଂଚଳ ମଧ୍ୟରେ ରହିଥିବା ବେଳେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି । ଯାହାଫଳରେ ସ୍କୁଲ ଚଳାଇବା ସହିତ ସରକାର ଶିକ୍ଷକଙ୍କୁ ଅଯଥାରେ ବସାଇ ଦରମା ଦେଉଛନ୍ତି । ଏହିସବୁ କାରଣକୁ ଭିତିକରି ୧୭୬୦ ସ୍କୁଲ ବନ୍ଦ କରିବା ସହିତ ଏହି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପାଖ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାର ଯୋଜନା ରଖାଯାଇଛି । ପୂର୍ବରୁ ରାଜ୍ୟରେ ପ୍ରାୟ …

Read More »

ଦେଢଶହ ବର୍ଷର କେନ୍ଦ୍ରାପଡା ପୈାରସଂସ୍ଥା ପାଇଁ ସ୍ୱତନ୍ତ ପ୍ୟାକେଜ ଦାବି କରିଥିବାରୁ ବିଧାୟକ ଶଶୀଭୂଷଣଙ୍କୁ କୃତଜ୍ଞତା ଜଣାଇଲା ବିଜେଡି ଆଇନଜୀବି ସାମ୍ମୁଖ୍ୟ

କେନ୍ଦ୍ରାପଡା ୨୯/୭/୨୦୧୯(ଓଡ଼ିଶା ସମାଚାର)-୧୮୬୯ ମସିହା ମାର୍ଚ୍ଚ ମାସ ୧୦ତାରିଖରେ ପ୍ରତିଷ୍ଠିତ କେନ୍ଦ୍ରାପଡା ପୈାରସଂସ୍ଥା ରାଜ୍ୟର ସର୍ବ ପ୍ରଥମ ପୈାରସଂସ୍ଥା ହୋଇଥିବା ବେଳେ ଏହି ପୈାରସଂସ୍ଥାର ଆଖିଦୃଶିଆ ବିକାଶ ହୋଇପାରି ନାହିଁ । ଦେଢଶହ ବର୍ଷ ପ୍ରତିଷ୍ଠାର ପୂର୍ତି ପାଳନ କରିବାକୁ ଯାଉଥିବା ଏହି ପୈାରସଂସ୍ଥାକୁ ସ୍ୱତନ୍ତ୍ର ପ୍ୟାକେଜ ଯୋଗାଇ ଦେବାକୁ ଓଡିଶା ବିଧାନସଭାରେ ଦାବି ଉଠିଥିଲା । ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗନେଇ ମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ସର୍ବ ପୁରାତନ …

Read More »

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଶ୍ରାବଣୀ ଆସର

କେନ୍ଦ୍ରାପଡା୨୯/୭/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରାବଣୀ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଭାପତି ଡଃ.ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ଆସରରେ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସ, ଉପସଭାପତି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ମନୋଜ କୁମାର ଦାସ, ନୃସିଂହ ଚରଣ ତ୍ରିପାଠୀ, ସୁବାଷ ଚନ୍ଦ୍ର ପାତ୍ର, ଆଶିଷ ସେନାପତି, ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ରଞ୍ଜନ କୁମାର ମଲ୍ଲିକ,  ସୁରେନ୍ଦ୍ର ବେହେରା, ମେଜର ଭରତ ଚନ୍ଦ୍ର …

Read More »