Sunday , October 1 2023

Recent Posts

ରାଜ୍ୟରେ କୋଭିଡ଼ ଟୀକାକରଣ ଆରମ୍ଭ – ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଆଜି ସାରା ଦେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରୋନା ଟୀକା କରଣ କାର୍ଯ୍ୟର ଶୁଭାରମ୍ଭ ହେବା ପରେ ଓଡ଼ିଶା ରେ ମଧ୍ୟ ଟୀକା କରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଉଛି । ରାଜ୍ୟରେ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଟୀକାକରଣ କେନ୍ଦ୍ରର ହିତାଧିକାରୀଙ୍କ ଫିଡ଼ବ୍ୟାକ୍ ନେଇଛନ୍ତି । ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ …

Read More »

ଜଣେ କରୋନା ସଙ୍କ୍ରମିତ ଙ୍କ ମୃତ୍ୟୁ , ୧୭୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୧୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୯କୁ ବୃଦ୍ଧି ପାଇଛି । ମୃତକ ଜଣଙ୍କ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ଯେଉଁ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୧୦୩ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୫ ଜଣ ସ୍ଥାନୀୟ …

Read More »

ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ସୂଚନା

ଭୁବନେଶ୍ୱର, ୧୬/୦୧/୨୦୨୧ (ଓଡ଼ିଶା ସମାଚାର)- ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତ କଏଦୀର ନାଁ ରବି ଦୁଲାଲ୍। ସେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ୨୦୦୮ ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ରହିଥିଲେ । ଏହାଛଡ଼ା ରବି ଦଶପଲ୍ଲା ଥାନା ପୋଡ଼ି, ଅସ୍ତ୍ରଶସ୍ତ୍ର ଲୁଟ୍, ହତ୍ୟା, ବିସ୍ଫୋରଣ କରିବା ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲା ବୋଲି ସୂଚନା ମିଳିଛି। ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲା। ଏହି ସମୟରେ ତାର ମୁଣ୍ଡ ବାଡ଼େଇ …

Read More »