Sunday , October 1 2023

Recent Posts

ଟ୍ରେନ୍ ରେ ଯୁବକ ନିଖୋଜ

ଗରଦପୁର , ୨୧/୦୧/୨୦୨୧(ଓଡ଼ିଶା ସମାଚାର)- ମୁମ୍ବାଇ ରୁ ଘରକୁ ଆସିବା ବେଳେ ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଂଚାୟତ କିଣିଲୋ ଗ୍ରାମର  ଦୀପ୍ତିରଂଜନ ସାହୁ( ୨୭) କେଉଁଆଡ଼େ ବାଟରେ ନିଖୋଜ ହୋଇଯାଇଛନ୍ତି । ପରିବାରଙ୍କ ସମେତ ରେଳବାଇ ପୋଲିସ ତଲାସି କରୁଥିଲେ ସୁଦ୍ଧା ଦୀପ୍ତିରଂଜନ ଙ୍କର କୌଣସି ଖବର ପାଇପାରିନାହାନ୍ତି । ମିଳିଥିବା ସୂଚନା ରୁ ପ୍ରକାଶ ଯେ ଦୀପ୍ତିରଂଜନ ମୁମ୍ବାଇର ଏକ ଗ୍ୟାରେଜ ରେ ରଙ୍ଗ କାମ କରନ୍ତି । କରୋନା ସମୟରେ ସେ ଘରକୁ ଆସିଥିଲେ । ଗତ ୨ ମାସ …

Read More »

ସାଇବର ଠକେଇ ର ଶିକାର ସିଆରପିଏଫ ଯବାନ

ଗରଦପୁର ,୨୧/୦୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ସିଆରପିଏଫ ଯବାନ ମହେଶ୍ୱର ସାହୁ ସାଇବର ଠକେଇ ର ଶିକାର ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ରୁ ପ୍ରକାଶ ଯେ ମହେଶ୍ୱର ଫେବୃଆରୀ ମାସରେ କର୍ମକ୍ଷେତ୍ରକୁ ଫେରିଯିବା ପାଇଁ ଇଣ୍ଡିଗୋ ଫ୍ଲାଇଟ ରେ ଟିକେଟ ବୁକିଂ କରିଥିଲେ । ଯେଉଁ ବୁକି ସହିତ ଯୋଗାଯୋଗ କରି ଟିକେଟ ବୁକିଂ କରିଥିଲେ ପର ଦିନ ଟିକେଟ ବାତିଲ ହୋଇଯାଇଥିବା ବୁକିଂ ଏଜୋଠ ଖବର ଦେଖିଲେ ।  ଟିକେଟ ପଇସା ଫେରାଇବା ପାଇଁ …

Read More »

କାଳିମୁଣ୍ଡି ଉପଦ୍ରବ : ପଦ୍ମପୁର ପଂଚାୟତରେ ରିହାତି ଦରରେ କିଟନାଶକ ବଂଟନ 

ଗରଦପୁର ,୨୧/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଚାଷ କରାଯାଇଥିବା ଚିନା ବାଦାମ ଫସଲରେ କାଳିମୁଣ୍ଡି ପୋକ ଉପଦ୍ରବ କରୁଛନ୍ତି । ଏହି ବ୍ଲକ୍ ର ପେଟୁଆ ପାଟରେ ଥିବା ପାଖଡ଼, ଗରଦପୁର ଓ ବରହମପୁର ଗ୍ରାମର ଚାଷୀମାନଙ୍କର ୫୦୦ ଏକର ଜମି ର ଚିନାବାଦମ ଫସଲକୁ କାଳିମୁଣ୍ଡି ସମ୍ପୁର୍ଣ୍ଣ ଚରିଯାଇଛନ୍ତି । ପେଟୁଆ ପାଟର ଚିନାବାଦମ ଫସଲରେ ଲାଗିଥିବା କାଳିମୁଣ୍ଡି  ଅନୁଧ୍ୟାନ କରିବାକୁ ଉଚସ୍ତରୀୟ କୃଷି ବିଭାଗ ଟିମ ଆସିଥିଲେ । ୯୦ ପ୍ରତିଶତ ରୁ ଅଧିକ ପେଟୁଆ ପାଟର ଚିନାବାଦମ ଫସଲ …

Read More »