Friday , March 31 2023

Recent Posts

    କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବସର ସମ୍ବର୍ଦ୍ଧନା  

 ଗରଦପୁର,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ତେଣ୍ଡାକୁଡା ଓ ପଳସୁଧା ପଂଚାୟତ ଦାଇତ୍ୱରେ ଥିବା ବ୍ଲକର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିରଞ୍ଜିବୀ ବିଶ୍ୱାଳ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ଲକର କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କୁ ଗରଦପୁର ବ୍ଲକର ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ବିଶ୍ୱାଳଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ଉତ୍ସବରେ ଏହି ସଂଘର ସଭାପତି ଚୈତନ୍ୟ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ,ଏଥିରେ ଗରଦପୁର ବ୍ଲକର ବିଡିଓ ଧରଣୀଧର ବେହେରା,ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ,ସହକାରୀ ଯନ୍ତ୍ରୀ ଇଂ.ସୁଧିର …

Read More »

ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ : ଓଡ଼ିଶାବାସୀଙ୍କ ସଂପୂର୍ଣ୍ଣ ସହଯୋଗରେ ସଫଳ ହେବ ଆମ ସଭ୍ୟ ସଂଗ୍ରହ ଅଭିଯାନ: ନବୀନ ପଟ୍ଟନାୟକ

ଭୁବନେଶ୍ୱର ,୦୨/୦୯/୨୦୧୯(ଓଡ଼ିଶା ସମାଚାର)-ବିଜୁ ଜନତା ଦଳର ନୂତନ ସଭ୍ୟ ସଂଗ୍ରହ ଅଭିଯାନକୁ ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳର ରାଜ୍ୟ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ଚାଲିବ । ଦଳୀୟ କାର୍ଯ୍ୟାଳୟରେ ଏହି ନୂତନ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦଳର ଉପ-ସଭାପତି ତଥା ଆବାହକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଥିବା ବେଳେ ଅନ୍ୟତମ ସଦସ୍ୟ ଉପ-ସଭାପତି ପ୍ରସନ୍ନ ଆଚର୍ଯ୍ୟ, ବିଧାୟକ ପ୍ରତାପ …

Read More »

ସାନନୟନପୁର ବୃଦ୍ଧା ନିଖୋଜ ଘଟଣା : ପୋଲିସ୍ ନପହଂଚିଲେ ସଂସ୍କାର କରିବାକୁ ଶବ ଛାଡ଼ବେ ନାହିଁ ବୋଲି ଗ୍ରାମବାସୀ ଅଡ଼ିବସିଲେ

ଗରଦପୁର, ୦୨/୦୯/୨୦୧୯(ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ପଂଚାୟତର ସାନନୟନପୁର ଗ୍ରାମର ରମା ଦଳେଇ ନାମକ ବୃଦ୍ଧା ଗତ ୩୦ ତାରିଖରୁ ନିଖୋଜ ଥିଲେ । ଗତକାଲି ତାଙ୍କର ମୃତଦେହ କୁଜଙ୍ଗ ନିକଟ ମହାନଦୀ ରୁ ଉଦ୍ଧାର ହୋଇଥିଲା ।  ଆଜି ଜଗତସିଂହପୁର ମେଡ଼ିକାଲ ରେ ବ୍ୟବଛେଦ ହେବା ପରେ  ଶବ ଆସି ସାନନୟନପୁର ଗ୍ରାମରେ ପହଂଚିବା ପରେ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରୁଣ୍ଡ ହୋଇ ପୋଲିସ୍ ନଆସିବା ପର୍ଯ୍ୟନ୍ତ ଶବ ସଂସ୍କାର କରିବାକୁ ଦିଆଯିବ ନାହିଁ …

Read More »