Friday , June 9 2023
Breaking News

Recent Posts

୧୦ ଟି ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଶୁକ୍ରବାର ଛୁଟି

ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ଲକ୍ଷ କରି ଶୁକ୍ରବାର ୧୦ ଟି ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ । ଉକ୍ତ ଜିଲାର ଜିଲାପାଳମାନେ ଶୁକ୍ରବାର ଏହି ୧୦ ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ିକୁ ଉଚଟି ଘୋଷଣା କରିଛନ୍ତି । ଏହି ଜିଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଗଂଜାମ, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ ଓ ଯାଜପୁର । କିନ୍ତୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସ୍କୁଲ ରେ ଉପସ୍ଥିତ ରହିବେ । …

Read More »

ଜଗତସିଂହପୁର ଠାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଂଯୋଗୀ କରଣ ପଦକ୍ଷେପ

ଜଗତସିଂହପୁର, ୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଏକ ଦୁଇଦିନିଆ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର ଜିଲ୍ଲାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଗ୍ରାହକ ସଂପର୍କ ସଚେତନତା କାର୍ଯ୍ୟକ୍ରମ ଏକ ଉତମ ପଦକ୍ଷେପ । ଏହା ଦ୍ୱାରା ଜିଲ୍ଲାର ସବୁ ବର୍ଗର ଜନସାଧାରଣ ବ୍ୟାଙ୍କ ସେବା,ଋଣ ଓ ଉତ୍ପାଦନ ସଂପର୍କରେ ସଚେତନ ହୋଇ ପାରିବେ । …

Read More »

ପୌରାଂଚଳ ସ୍ତରୀୟ ଶିଶୁ ମହୋତ୍ସବ-ସୁରଭି ଅନୁଷ୍ଠିତ

କେନ୍ଦ୍ରାପଡା , ୨୪/୧୦/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ  ଅନ୍ତର୍ଗତ କାକଟ ମଙ୍ଗଳା ଉଚ୍ଚ ପ୍ରାଥମିକବିଦ୍ୟାଳୟ  କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଜଇପୁରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ବଳଦେବ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ହେମନ୍ତ କୁମାର  ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ହେଉଛି ଏହି ସୁରଭି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବୋଲି ମତବ୍ୟକ୍ତ  କରିଥିଲେ । ସହକାରୀ …

Read More »