Saturday , September 30 2023

Recent Posts

୧୯୮୭ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

କେନ୍ଦ୍ରାପଡା, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଚଉଦକୁଲାଟସ୍ଥିତ ଜଗନ୍ନାଥ ବିଦ୍ୟାପୀଠର ୧୯୮୭ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଉତ୍ସବ ଦୁର୍ଗାଶିଷ ମହାନ୍ତିଙ୍କ ସେହିଗ୍ରାମରେ ଥିବା ଫାର୍ମହାଉସରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବନ୍ଧୁମିଳନରେ ୧୯୮୭ବ୍ୟାଚର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପରଲୋକ ହୋଇଥିବା ଛାତ୍ର ପ୍ରଭାସ ମିଶ୍ର, ବିକାଶ ପାତ୍ର, ଗଗନବିହାରୀ ମହାନ୍ତି, ମିର୍ଜା ବାବର ବେଗ, ଯୁଧିଷ୍ଠିର ସେଠୀ ଓ ଛାତ୍ରୀ ଅପର୍ଣ୍ଣା ବେହେରାଙ୍କ ସମେତ ୬ଜଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓ କରୋନା ମୃତକଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା …

Read More »

ପିଆଇବିର ପ୍ରମୁଖ ମହାନିର୍ଦ୍ଧେଶକ ଦାୟିତ୍ୱଗ୍ରହଣ କଲେ ଜୟଦୀପ ଭଟ୍ଟନାଗର

ନୂଆଦିଲ୍ଲୀ, ଭୁବନେଶ୍ୱର, ୦୩/୦୩/୨୦୨୧(ଓଡ଼ିଶା ସମାଚାର)- ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଧେଶକ ଭାବେ ଜୟଦୀପ ଭଟ୍ଟନାଗର ସୋମବାର ଦାୟିତ୍ୱଗ୍ରହଣ କରିଛନ୍ତି । ଶ୍ରୀ ଭଟ୍ଟନାଗର ୧୯୮୬ ବ୍ୟାଚର ଜଣେ ଭାରତୀୟ ସୂଚନା ସେବା ଅଧିକାରୀ । ସେ ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗରେ କାର୍ଯ୍ୟ କରିଛନ୍ତି । ଦୂରଦର୍ଶନର ବାଣିଜ୍ୟ, ବିକ୍ରୟ ଏବଂ ମାର୍କେଟିଂ ବିଭାଗର ବ୍ୟବସାୟିକ ମୁଖ୍ୟ ଥିଲେ । ପଶ୍ଚିମ ଏସିଆର ୨୦ଟି ଦେଶ ପାଇଁ ପ୍ରସାର ଭାରତୀ ତରଫରୁ ସ୍ୱତନ୍ତ୍ର ସମ୍ବାଦଦାତା ରୂପେ ସେ କାର୍ଯ୍ୟ କରିଛନ୍ତି । …

Read More »

ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୬୫ ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ

ଜଟଣୀ,୦୩/୦୩/୨୦୨୧(ଓଡ଼ିଶା ସମାଚାର)- ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୬୫ ତମ ରେଳ ସପ୍ତାହ ଉତ୍ସବ ସ୍ଥାନୀୟ ରେଳ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କାର୍ମିକ ଅଧିକାରୀ ରଂଜନ କୁମାର ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ପ୍ରବନ୍ଧକ ଶଶୀକାନ୍ତ ସିଂ ଯୋଗଦେଇ ଡିଭିଜନର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ନିଜନିଜର ସମର୍ପଣ ମନୋଭାବ ଓ ନିଷ୍ଠାପର କାର୍ଯ୍ୟାବଳୀ ସକାଶେ ଖୋର୍ଦ୍ଧାରୋଡ଼ ଡିଭିଜନ ଆଜି ଶ୍ରେଷ୍ଠ ଓ ଦକ୍ଷତା ମାନ୍ୟତା ମିଳିଥିବା ନେଇ …

Read More »